Kaudiya (Bol Bam) devotees collect holy Mahanadi water under police supervision and barricades at Cuttack's Gadagadia Ghat on the first Shravan Monday. Photo by: Sai Saswat Mishra

Blue to Orange: Hockey India Faces Backlash Over New Jersey/”କମଳା ରଙ୍ଗର ଆବଶ୍ୟକତା କ’ଣ?” ହକି ଦଳର ନୂଆ ରୂପକୁ ନେଇ ଗରମ ହେଲା ରାଜନୀତି ଓ କ୍ରୀଡ଼ାଙ୍ଗନ

ନୂଆଦିଲ୍ଲୀ:

୨୦୨୬ FIH ହକି ବିଶ୍ୱକପ ପୂର୍ବରୁ ଭାରତୀୟ ପୁରୁଷ ଓ ମହିଳା ହକି ଦଳର ଜର୍ସି ରଙ୍ଗରେ ହୋଇଥିବା ବଡ଼ ପରିବର୍ତ୍ତନକୁ ନେଇ କ୍ରୀଡ଼ା ଏବଂ ରାଜନୈତିକ ମହଲରେ ଚର୍ଚ୍ଚା ତେଜିବାରେ ଲାଗିଛି। ଦୀର୍ଘ ଦିନର ପାରମ୍ପରିକ ‘ନୀଳ’ (Blue) ରଙ୍ଗକୁ ହଟାଇ ‘କେଶରୀ/କମଳା’ (Saffron/Orange) ରଙ୍ଗର ଜର୍ସି ଉନ୍ମୋଚନ କରିବା ପରେ ହକି ଇଣ୍ଡିଆକୁ ସମାଲୋଚନାର ସାମ୍ନା କରିବାକୁ ପଡ଼ିଛି।

 “ଏହା ଲଜ୍ଜାଜନକ” – ବୀରେନ ରସ୍କିନ୍ହା

ଭାରତୀୟ ହକି ଦଳର ପୂର୍ବତନ ଅଧିନାୟକ ତଥା ଅଲିମ୍ପିଆନ୍ ବୀରେନ ରସ୍କିନ୍ହା ହକି ଇଣ୍ଡିଆର ଏହି ନିଷ୍ପତ୍ତିକୁ ତୀବ୍ର ସମାଲୋଚନା କରିଛନ୍ତି। ସୋସିଆଲ ମିଡିଆ ‘X’ (ଟ୍ୱିଟର) ରେ ନିଜର ଅସନ୍ତୋଷ ପ୍ରକାଶ କରି ସେ ଲେଖିଛନ୍ତି:

“ହକି ଇଣ୍ଡିଆ ଅନେକ ଭଲ କାମ କରିଛି, କିନ୍ତୁ ଏହି ନିଷ୍ପତ୍ତି ଅତ୍ୟନ୍ତ ଲଜ୍ଜାଜନକ। ଭାରତୀୟ ହକି ଦଳର ପରିଚୟ ଏବଂ ବିରାସତ ସବୁବେଳେ ‘ନୀଳ’ ରହିଆସିଛି। ଆମେ ସବୁବେଳେ ନୀଳ ଜର୍ସିକୁ ଗର୍ବର ସହ ପିନ୍ଧିଛୁ। ପ୍ରଶଂସକମାନେ ନିଜ ଦଳକୁ ନୀଳ ରଙ୍ଗରେ ହିଁ ଦେଖିବାକୁ ଚାହାନ୍ତି, ଏଠାରେ କମଳା ରଙ୍ଗର ଆବଶ୍ୟକତା କ’ଣ?”

ଅନେକ ହକି ପ୍ରେମୀ ବିରେନ ରସ୍କିନ୍ହାଙ୍କ ଯୁକ୍ତିକୁ ସମର୍ଥନ କରିଛନ୍ତି। ସେମାନଙ୍କ ମତରେ ଭାରତୀୟ ଦଳ ସବୁବେଳେ ‘Bleed Blue’ ଭାବେ ଜଣାଶୁଣା, ତେଣୁ ନୀଳ ରଙ୍ଗ ହିଁ ରହିବା କଥା।

 ରାଜନୈତିକ ପ୍ରତିକ୍ରିୟା: ପ୍ରିୟଙ୍କା ଗାନ୍ଧୀଙ୍କ ବକ୍ତବ୍ୟ

ଏହି ମାମଲାରେ କଂଗ୍ରେସ ସାଂସଦ ପ୍ରିୟଙ୍କା ଗାନ୍ଧୀ ଭାଦ୍ରା ମଧ୍ୟ ନିଜର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ଯେ ସରକାର ପୋଷାକ ବଦଳାନ୍ତୁ କିମ୍ବା ଶିକ୍ଷାନୀତି ଜରିଆରେ ଇତିହାସ ବଦଳାଇବାକୁ ଚେଷ୍ଟା କରନ୍ତୁ, ଦେଶର ଯୁବବର୍ଗ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିସାରିଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି:ଭାରତର ସ୍ୱାଧୀନତା ସଂଗ୍ରାମ ଅହିଂସା ଓ ସତ୍ୟ ଉପରେ ଆଧାରିତ ଥିଲା, ଯାହାର ନେତୃତ୍ୱ ମହାତ୍ମା ଗାନ୍ଧୀଙ୍କ ଅଧୀନରେ କଂଗ୍ରେସ ନେଇଥିଲା।ଦେଶର ଆତ୍ମା ଭାଇଚାରା ଓ ଏକତାରେ ନିହିତ, ଯାହାକୁ କୌଣସି ରାଜନୈତିକ କିମ୍ବା ବୈଚାରିକ ପ୍ରଚେଷ୍ଟା ଦ୍ୱାରା ହଟାଯାଇପାରିବ ନାହିଁ। ପ୍ରିୟଙ୍କା ଗାନ୍ଧୀଙ୍କ ବ୍ୟତୀତ ଅନ୍ୟ କଂଗ୍ରେସ ନେତାମାନେ ମଧ୍ୟ ଏହାକୁ ସରକାରଙ୍କ “ଭଗୱାକରଣ” (Saffronization) ପ୍ରଚେଷ୍ଟା ବୋଲି ଅଭିଯୋଗ କରିଛନ୍ତି। ସେମାନଙ୍କ କହିବା କଥା ଯେ ଖେଳ ଏବଂ କ୍ରୀଡ଼ାବିତ୍‌ଙ୍କୁ ରାଜନୀତି ଓ କେଶରୀ ରଙ୍ଗର ଆଭିମୁଖ୍ୟରୁ ଦୂରେଇ ରଖିବା ଉଚିତ୍।

ସମାଜବାଦୀ ପାର୍ଟି (SP): ସମାଜବାଦୀ ପାର୍ଟିର ନେତାମାନେ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି ଯେ ଦେଶର କ୍ରୀଡ଼ାର ପାରମ୍ପରିକ ‘ନୀଳ’ ପରିଚୟକୁ ବଦଳାଇବାର ଆବଶ୍ୟକତା କ’ଣ ଥିଲା।

ହକି ଇଣ୍ଡିଆର ସଫାଇ: କାହିଁକି ବଦଳିଲା ରଙ୍ଗ?

ଅନ୍ୟପଟେ, ହକି ଇଣ୍ଡିଆ ଜର୍ସିର ଏହି ନୂଆ ଡିଜାଇନ୍ ଓ ରଙ୍ଗ ପଛର କାରଣ ସ୍ପଷ୍ଟ କରିଛି, କେଶରୀ ରଙ୍ଗ ସାହସ, ତ୍ୟାଗ ଓ ବିଜୟର ପ୍ରତୀକ, ଯାହା ଜାତୀୟ ପତାକା ଏବଂ ସୂର୍ଯ୍ୟୋଦୟରୁ ପ୍ରେରିତ। ସାଂସ୍କୃତିକ ଡିଜାଇନ୍ ଜର୍ସିରେ ଭାରତୀୟ ସଂସ୍କୃତିକୁ ଦର୍ଶାଉଥିବା ‘ମଣ୍ଡଳ’ ପ୍ୟାଟର୍ନ, ଅଶୋକ ଚକ୍ରରୁ ପ୍ରେରିତ ଗାଢ଼ ନୀଳ ରଙ୍ଗ ଏବଂ ଛାତି ଉପରେ ‘ସୁଦର୍ଶନ ଚକ୍ର’ର ଆଧୁନିକ ରୂପ ଦିଆଯାଇଛି। କାନ୍ଧରେ ତ୍ରିରଙ୍ଗା ପାଇପିଂ, ଦେବନାଗରୀ ଲିପିରେ ‘ଭାରତ’ ଲେଖା ଏବଂ ଓଡ଼ିଶାର ସହଯୋଗକୁ ସମ୍ମାନ ଜଣାଇ ଏହି ଜର୍ସି ପ୍ରସ୍ତୁତ କରାଯାଇଛି, ଯାହା “ଏକ ଭାରତ, ଶ୍ରେଷ୍ଠ ଭାରତ” ର ସନ୍ଦେଶ ଦିଏ।

 କିଛି ଲୋକ ଏହାକୁ ଜାତୀୟତା ଓ ନୂଆ ସୂର୍ଯ୍ୟୋଦୟର ପ୍ରତୀକ ଭାବେ ଦେଖୁଥିବା ବେଳେ, ଅନେକ ପୂର୍ବତନ ଖେଳାଳି ଓ ଫ୍ୟାନ୍ସ ଏହାକୁ ଭାରତୀୟ ହକିର ମୂଳ ଆତ୍ମା ‘ବ୍ଲୁ ରାଇଡର୍ସ’ ପରିଚୟରୁ ଦୂରେଇଯିବା ବୋଲି ମନେକରୁଛନ୍ତି।

Leave a Reply

Your email address will not be published. Required fields are marked *