At 16, Jhansi Girl Builds ₹1,800 ‘Desi AC’ That Cools Rooms by 5°C in One Hour/ମାତ୍ର ୧୮୦୦ ଟଙ୍କାରେ ଏସି! ଝାନ୍ସୀର ୧୬ ବର୍ଷୀୟା ଝିଅ ବନାଇଲେ ‘ଦେଶୀ ଏସି’…

ମାତ୍ର ୧୮୦୦ ଟଙ୍କାରେ ଏସି! ଝାନ୍ସୀର ୧୬ ବର୍ଷୀୟା ଝିଅ ବନାଇଲେ ‘ଦେଶୀ ଏସି’, ଘଣ୍ଟାକରେ କମାଉଛି ୫ ଡିଗ୍ରୀ ତାପମାତ୍ରା

ଝାନ୍ସୀ:ଗ୍ରୀଷ୍ମ ଦିନରେ ପ୍ରଚଣ୍ଡ ଖରା ଓ ଗୁଳୁଗୁଳିରୁ ରକ୍ଷା ପାଇବା ପାଇଁ ଏସି (Air Conditioner) ଆଜିକାଲି ସମସ୍ତଙ୍କର ଦରକାର। ହେଲେ ଚଢ଼ା ଦାମ୍‌ ଓ ମାସିକ ବିଜୁଳି ବିଲ୍‌ ଭୟରେ ଗରିବ ଓ ମଧ୍ୟବିତ୍ତ ପରିବାରଗୁଡ଼ିକ ପାଇଁ ଏସି କିଣିବା ଏକ ସ୍ୱପ୍ନ ହୋଇ ରହିଯାଏ। ଏହି ସମସ୍ୟାର ଏକ ସହଜ ଓ ଶସ୍ତା ସମାଧାନ ବାହାର କରି ଚର୍ଚ୍ଚାକୁ ଆସିଛନ୍ତି ଉତ୍ତର ପ୍ରଦେଶ ଝାନ୍ସୀର ଜଣେ ୧୬ ବର୍ଷୀୟା ଛାତ୍ରୀ କଲ୍ୟାଣୀ ଶ୍ରୀବାସ୍ତବ।

କଲ୍ୟାଣୀ ନିଜ ବୁଦ୍ଧି ଓ କମ୍ ଖର୍ଚ୍ଚରେ ଏପରି ଏକ ‘ଦେଶୀ ଏସି’ ତିଆରି କରିଛନ୍ତି, ଯାହାର ମୋଟ ତିଆରି ଖର୍ଚ୍ଚ ମାତ୍ର ୧,୮୦୦ ଟଙ୍କା। ଆଶ୍ଚର୍ଯ୍ୟର କଥା ହେଉଛି, ଏହି ଛୋଟ ଉପକରଣଟି ଚାଲିବାର ମାତ୍ର ଗୋଟିଏ ଘଣ୍ଟା ମଧ୍ୟରେ ଘରର ତାପମାତ୍ରାକୁ ୪ ରୁ ୫ ଡିଗ୍ରୀ ସେଲସିୟସ ପର୍ଯ୍ୟନ୍ତ କମାଇ ଦେଇପାରୁଛି।

କିପରି କାମ କରେ ଏହି ‘ଦେଶୀ ଏସି’?

ଏହି ଆବିଷ୍କାର ପଛରେ କୌଣସି ଜଟିଳ ମେସିନ୍‌ ନାହିଁ। କଲ୍ୟାଣୀ ଏଥିରେ ଏକ ଥର୍ମୋକୋଲ୍ ବା ଆଇସବକ୍ସ, ଏକ ୧୨-ଭୋଲ୍ଟ ଡିସି ଫ୍ୟାନ୍ ଓ ପାଇପ୍‌ର ବ୍ୟବହାର କରିଛନ୍ତି। ବକ୍ସ ଭିତରେ ବରଫ ଓ ଥଣ୍ଡା ପାଣି ରଖି ଫ୍ୟାନ୍‌ ଚଲାଇଲେ, ଏହା ଭିତରର ଥଣ୍ଡା ପବନକୁ ବାହାରକୁ ଛାଡ଼ିଥାଏ, ଯାହା ଦ୍ୱାରା କୋଠରୀ ଶୀଘ୍ର ଥଣ୍ଡା ହୋଇଯାଏ।

ନାହିଁ ବିଜୁଳି ବିଲ୍‌ର ଚିନ୍ତା

ସବୁଠାରୁ ବଡ଼ କଥା ହେଉଛି, ଏହି ସିଷ୍ଟମ୍‌ଟି ପରିବେଶ ଅନୁକୂଳ। ଏହାକୁ ସୌର ଶକ୍ତି (Solar Power) ବା ବ୍ୟାଟେରୀ ସାହାଯ୍ୟରେ ବି ଚଲାଯାଇପାରିବ, ଯାହା ଦ୍ୱାରା ମାସିକ ବିଜୁଳି ବିଲ୍ ଆସିବାର କୌଣସି ଭୟ ନାହିଁ।

କଲ୍ୟାଣୀଙ୍କର ଏହି ନିରାଡ଼ମ୍ବର ପ୍ରତିଭାକୁ ବହୁ ଜାତୀୟ ସ୍ତରର ମଞ୍ଚ ଏବଂ ବାଣିଜ୍ୟିକ କ୍ଷେତ୍ରର ଗଣ୍ୟମାନ୍ୟ ବ୍ୟକ୍ତିମାନେ ଭୂୟସୀ ପ୍ରଶଂସା କରିଛନ୍ତି। ଗ୍ରାମାଞ୍ଚଳ ଓ କମ୍ ରୋଜଗାର ଥିବା ପରିବାରଗୁଡ଼ିକ ପାଇଁ ଏହି ଦେଶୀ ଜୁଗାଡ଼ ଏକ ବଡ଼ ଆଶ୍ୱାସନା ସାଜିଛି।

Leave a Reply

Your email address will not be published. Required fields are marked *