ଏସୀୟ ପାରା ଗେମ୍ସ: ମୋନା ଅଗ୍ରୱାଲଙ୍କୁ ସ୍ୱର୍ଣ୍ଣ, ଅଭନୀ ଲେଖାରା ଜିତିଲେ ରୌପ୍ୟ ପଦକ
Odia News Report: ଏସୀୟ ପାରା ଗେମ୍ସ-୨୦୨୬ରେ ଭାରତୀୟ ଖେଳାଳିମାନେ ଦମଦାର ଆରମ୍ଭ କରିଛନ୍ତି। ମହିଳା ୧୦ ମିଟର ଏୟାର ରାଇଫଲ୍ (SH1) ଇଭେଣ୍ଟରେ ଭାରତକୁ ଏକାସାଙ୍ଗେ ଦୁଇଟି ପଦକ ମିଳିଛି। ଦେଶର ତାରକା ଶୁଟର ମୋନା ଅଗ୍ରୱାଲ୍ ଚମତ୍କାର ପ୍ରଦର୍ଶନ କରି ସ୍ୱର୍ଣ୍ଣ ପଦକ ହାତେଇଥିବାବେଳେ, ଅନ୍ୟତମ ପ୍ରତିଭାବାନ ଶୁଟର ଅଭନୀ ଲେଖାରା ରୌପ୍ୟ ପଦକ ଜିତି ଦେଶ ପାଇଁ ଗର୍ବ ଆଣିଦେଇଛନ୍ତି।
ଫାଇନାଲ୍ ମୁକାବିଲାରେ ମୋନା ୨୫୦.୦ ପଏଣ୍ଟ ସ୍କୋର କରି ଏକ ନୂତନ ଏସୀୟ ପାରା ଗେମ୍ସ ରେକର୍ଡ ସୃଷ୍ଟି କରିଛନ୍ତି। ସେହିପରି ଅଭନୀ ଲେଖାରା ମାତ୍ର ୦.୪ ପଏଣ୍ଟ ପଛରେ ରହି ୨୪୯.୬ ପଏଣ୍ଟ ସହ ରୌପ୍ୟ ପଦକରେ ସନ୍ତୁଷ୍ଟ ରହିଛନ୍ତି। ଏହି ଦୁଇ ଭାରତୀୟଙ୍କ ଏଭଳି ଦମଦାର୍ ପ୍ରଦର୍ଶନ ଫଳରେ ପୋଡିୟମ୍ରେ ଭାରତର ପତାକା ସବୁଠୁ ଉଚ୍ଚରେ ରହିଛି।




