Kaudiya (Bol Bam) devotees collect holy Mahanadi water under police supervision and barricades at Cuttack's Gadagadia Ghat on the first Shravan Monday. Photo by: Sai Saswat Mishra

Messi Creates FIFA World Cup History: First Player to Captain Country in 3 Finals/ଫୁଟବଲ୍ ଇତିହାସରେ ମେସିଙ୍କ ମହା-ରେକର୍ଡ: ୩ଟି ବିଶ୍ୱକପ୍ ଫାଇନାଲ୍‌ରେ କ୍ୟାପ୍ଟେନ୍ ହେବାରେ ବିଶ୍ୱର ପ୍ରଥମ ଖେଳାଳି…

ବିଶ୍ୱକପ୍ ଇତିହାସରେ ମେସି ସୃଷ୍ଟି କଲେ ନୂଆ ରେକର୍ଡ: ରବିବାର ଫାଇନାଲ୍‌ ଉପରେ ନଜର

ଆଟଲାଣ୍ଟା: ୨୦୨୬ ଫିଫା ବିଶ୍ୱକପ୍ ସେମିଫାଇନାଲରେ ଇଂଲଣ୍ଡକୁ ୨-୧ ଗୋଲରେ ହରାଇ ଆର୍ଜେଣ୍ଟିନା ଫାଇନାଲରେ ପ୍ରବେଶ କରିଛି। ଏହା ସହିତ ଦଳର ଅଧିନାୟକ ଲିଓନେଲ୍ ମେସି ଫୁଟବଲ୍ ଇତିହାସରେ ଏକ ଅଦ୍ଭୁତପୂର୍ବ ରେକର୍ଡ ନିଜ ନାମରେ କରିଛନ୍ତି। ବିଶ୍ୱକପ୍‌ର ୯୬ ବର୍ଷର ଇତିହାସରେ ପ୍ରଥମ ଖେଳାଳି ଭାବେ ସେ ତିନୋଟି ଭିନ୍ନ ଭିନ୍ନ ବିଶ୍ୱକପ୍ ଫାଇନାଲ୍ (୨୦୧୪, ୨୦୨୨ ଏବଂ ୨୦୨) ରେ ନିଜ ଦଳର ନେତୃତ୍ୱ ନେବାର ଗୌରବ ହାସଲ କରିଛନ୍ତି।

ଏହି ମାଇଲଖୁଣ୍ଟ ଛୁଇଁବା ସହ ସେ ଫୁଟବଲ୍ ଜଗତର ଅନ୍ୟତମ ଶ୍ରେଷ୍ଠ ଅଧିନାୟକ— ଡିଏଗୋ ମାରାଡୋନା, ଡୁଙ୍ଗା ଏବଂ ହ୍ୟୁଗୋ ଲୋରିସ୍‌ଙ୍କୁ ପଛରେ ପକାଇ ଦେଇଛନ୍ତି, ଯେଉଁମାନେ କେବଳ ଦୁଇଟି ଲେଖାଏଁ ଫାଇନାଲରେ ଅଧିନାୟକତ୍ୱ କରିଥିଲେ।

ଆସନ୍ତା ରବିବାର ଦିନ ଫାଇନାଲରେ ଆର୍ଜେଣ୍ଟିନା, ସ୍ପେନକୁ ଭେଟିବାକୁ ଯାଉଛି। ଯଦି ଏହି ମ୍ୟାଚ୍‌ରେ ଆର୍ଜେଣ୍ଟିନା ବିଜୟୀ ହୁଏ, ତେବେ ମେସି ବିଶ୍ୱର ପ୍ରଥମ ଅଧିନାୟକ ଭାବେ ଲଗାତାର ଦୁଇଟି ବିଶ୍ୱକପ୍ ଟ୍ରଫି ଜିତିବାର ସର୍ବଶ୍ରେଷ୍ଠ ରେକର୍ଡ ମଧ୍ୟ ନିଜ ନାମରେ କରିନେବେ।

Leave a Reply

Your email address will not be published. Required fields are marked *