Odisha’s KG to PG Scheme: +2 Students to Get Completely Free Admission.+୨ ନାମଲେଖାରେ ଲାଗିବନି କୌଣସି ଫି’, ‘କେଜିରୁ ପିଜି ମାଗଣା ଶିକ୍ଷା’ ଯୋଜନା ନେଇ ସରକାରଙ୍କ ସ୍ପଷ୍ଟ ନିର୍ଦ୍ଦେଶ

ଭୁବନେଶ୍ୱର: ରାଜ୍ୟରେ ଚଳିତ ଶିକ୍ଷାବର୍ଷ ପାଇଁ ଯୁକ୍ତ ଦୁଇ (+୨) ନାମଲେଖାକୁ ନେଇ ଥିବା ସମସ୍ତ ଅସ୍ପଷ୍ଟତାର ଅବସାନ ଘଟିଛି। ସ୍କୁଲ ଓ ଗଣଶିକ୍ଷା ବିଭାଗ ସ୍ପଷ୍ଟ କରିଛି ଯେ, ‘କେଜିରୁ ପିଜି ମାଗଣା ଶିକ୍ଷା’ ଯୋଜନା ଅଧୀନରେ ଆସୁଥିବା ଯୋଗ୍ୟ ଶିକ୍ଷାନୁଷ୍ଠାନଗୁଡ଼ିକରେ ନାମଲେଖା ବେଳେ ଛାତ୍ରଛାତ୍ରୀଙ୍କଠାରୁ କୌଣସି ପ୍ରକାର ଆଡମିଶନ ଫି’ ଆଦାୟ କରାଯିବ ନାହିଁ।

ଏହି ନେଇ ଗଣଶିକ୍ଷା ବିଭାଗ ପକ୍ଷରୁ ସମସ୍ତ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କୁ ଲିଖିତ ନିର୍ଦ୍ଦେଶ ପଠାଯାଇଛି। ନିର୍ଦ୍ଦେଶରେ କୁହାଯାଇଛି ଯେ, ସରକାରଙ୍କ ମାଗଣା ଶିକ୍ଷା ନୀତିକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ହେବ ଏବଂ ନାମଲେଖା ସମୟରେ କୌଣସି ଛାତ୍ରଛାତ୍ରୀଙ୍କଠାରୁ ଟଙ୍କା ଆଦାୟ କରାଯିବ ନାହିଁ।

ସମ୍ପ୍ରତି ମାଗଣା ଶିକ୍ଷା ଯୋଜନା ସମ୍ପର୍କିତ ସରକାରୀ ଘୋଷଣା ପରେ କେତେକ ଶିକ୍ଷାନୁଷ୍ଠାନରେ ଆଡମିଶନ ଫି’କୁ ନେଇ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଥିଲା। ଏହାକୁ ଦୂର କରିବା ପାଇଁ ବିଭାଗ ପକ୍ଷରୁ ସ୍ପଷ୍ଟୀକରଣ ଜାରି କରାଯାଇଛି। ଏହା ଫଳରେ ଅଭିଭାବକ ଓ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଥିବା ସନ୍ଦେହ ଦୂର ହେବ ବୋଲି ଆଶା କରାଯାଉଛି।

ରାଜ୍ୟ ସରକାରଙ୍କ ଏହି ପଦକ୍ଷେପ ଦ୍ୱାରା ବିଶେଷକରି ଆର୍ଥିକ ଭାବେ ପଛୁଆ ଓ ମଧ୍ୟବିତ୍ତ ପରିବାରର ଛାତ୍ରଛାତ୍ରୀମାନେ ଅଧିକ ଉପକୃତ ହେବେ। ଶିକ୍ଷାରେ ଆର୍ଥିକ ବାଧା ଦୂର କରି ଅଧିକ ସଂଖ୍ୟକ ଛାତ୍ରଛାତ୍ରୀଙ୍କୁ ଉଚ୍ଚଶିକ୍ଷା ପ୍ରତି ଆକର୍ଷିତ କରିବା ହିଁ ସରକାରଙ୍କ ମୂଳ ଉଦ୍ଦେଶ୍ୟ ବୋଲି ବିଭାଗ ସୂଚନା ଦେଇଛି।

ସେହିପରି, ‘କେଜିରୁ ପିଜି ମାଗଣା ଶିକ୍ଷା’ ଯୋଜନାର ସୁଚାରୁ କାର୍ଯ୍ୟକାରିତା ପାଇଁ ଖୁବଶୀଘ୍ର ଏକ ବିସ୍ତୃତ ମାର୍ଗଦର୍ଶିକା ଜାରି କରାଯିବ। ଏହି ଗାଇଡଲାଇନ୍ ଅନୁସାରେ ରାଜ୍ୟର ସମସ୍ତ ସମ୍ପୃକ୍ତ ଶିକ୍ଷାନୁଷ୍ଠାନ ଯୋଜନାକୁ କାର୍ଯ୍ୟକାରୀ କରିବେ।

Leave a Reply

Your email address will not be published. Required fields are marked *