Sri Sathya Sai Holistic Health Care Conference 2026′ Held in Bhubaneswar: ଭୁବନେଶ୍ୱରରେ ‘ଶ୍ରୀ ସତ୍ୟସାଇ ହୋଲିଷ୍ଟିକ ହେଲ୍ଥ କେୟାର କନଫରେନ୍ସ ୨୦୨୬’ ଅନୁଷ୍ଠିତ:

ଭୁବନେଶ୍ୱର, ୦୫ ଜୁଲାଇ ୨୦୨୬: ଶ୍ରୀ ସତ୍ୟସାଇ ସେବା ସଂଗଠନ, ଓଡ଼ିଶା ଆନୁକୂଲ୍ୟରେ ଭୁବନେଶ୍ୱର ଖାରବେଳନଗର ସ୍ଥିତ ‘ସାଇଜନନୀ’ଠାରେ ‘ଶ୍ରୀ ସତ୍ୟସାଇ ହୋଲିଷ୍ଟିକ ହେଲ୍ଥ କେୟାର କନଫରେନ୍ସ ୨୦୨୬’ ସଫଳତାର ସହ ଅନୁଷ୍ଠିତ ହୋଇଯାଇଅଛି। ସ୍ୱାସ୍ଥ୍ୟସେବା ଏବଂ ସ୍ୱାସ୍ଥ୍ୟ ସଚେତନତା କ୍ଷେତ୍ରରେ ଏକ ପ୍ରେମପୂର୍ଣ୍ଣ ସହଅବସ୍ଥାନ ସୃଷ୍ଟି କରିବା ଉଦ୍ଦେଶ୍ୟରେ ଆୟୋଜିତ ଏହି ସମ୍ମିଳନୀରେ ସମଗ୍ର ରାଜ୍ୟରୁ ପ୍ରାୟ ୨୦୦ ଜଣ ଅଭିଜ୍ଞ ଚିକିତ୍ସକ ଏବଂ ୧୦୦ରୁ ଊର୍ଦ୍ଧ୍ୱ ନର୍ସ ଓ ପାରାମେଡିକାଲ ଷ୍ଟାଫ୍ ଯୋଗ ଦେଇଥିଲେ।


ସମ୍ମିଳନୀର ଉଦ୍‌ଘାଟନୀ ସମାରୋହରେ ସଂଗଠନର ରାଜ୍ୟ ସଭାପତି ଡାକ୍ତର ଶ୍ରୀ ସତ୍ୟସ୍ୱରୂପ ପଟ୍ଟନାୟକ ଯୋଗଦେଇ ସଂଗଠନ ଦ୍ୱାରା ପରିଚାଳିତ ବିଭିନ୍ନ ଜନହିତକର କାର୍ଯ୍ୟକ୍ରମ, ଯେପରିକି— ହୃଦ୍‌ରୋଗୀଙ୍କ ପାଇଁ ସାଇ ରିହାବିଲିଟେସନ୍ ପ୍ରୋଗ୍ରାମ (SRP), ଆକସ୍ମିକ ହୃଦ୍‌ଘାତର ପ୍ରତିରୋଧ ପାଇଁ CPR ଟ୍ରେନିଂ, ଥାଲାସେମିଆ ଚିକିତ୍ସା, କୁମାରୀମାନଙ୍କ ପାଇଁ ‘ସାଇଜାଗୃତି’, ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ‘ଅମୃତବିନ୍ଦୁ’ ଏବଂ ଗ୍ରାମାଞ୍ଚଳ ସ୍ୱାସ୍ଥ୍ୟ ସଚେତନତା ଶିବିରଗୁଡ଼ିକର ସଫଳତା ସମ୍ପର୍କରେ ସୂଚନା ଦେଇଥିଲେ।

ଏହି କାର୍ଯ୍ୟକ୍ରମରେ ପଦ୍ମଶ୍ରୀ ଡା. ବି. ମୋହନ (ଭିଡିଓ କନଫରେନ୍ସ ଜରିଆରେ), କ୍ୟାପିଟାଲ ହସ୍ପିଟାଲ ହୃଦ୍‌ରୋଗ ବିଭାଗ ନିର୍ଦ୍ଦେଶକ ଡା. ପି. କେ. ଦାଶ, ସମ୍ ଅଲ୍ଟିମେଟ ହସ୍ପିଟାଲର ସିଇଓ ଡା. ଶ୍ୱେତପଦ୍ମା ଦାଶ ଏବଂ ଡାକ୍ତର ପ୍ରବୀର ରାୟ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ସଂଗଠନର କାର୍ଯ୍ୟଶୈଳୀକୁ ପ୍ରଶଂସା କରିବା ସହ ନିଜର ବହୁମୂଲ୍ୟ ମତ ରଖିଥିଲେ। ଚିକିତ୍ସା କ୍ଷେତ୍ରରେ ଅତୁଳନୀୟ ଅବଦାନ ପାଇଁ ଶ୍ରୀ ସତ୍ୟସାଇ ଟ୍ରଷ୍ଟ ଓଡ଼ିଶା ଏବଂ ରାଜ୍ୟ ସେବା ସଂଗଠନ ତରଫରୁ ପ୍ରାୟ ୫୦ ଜଣ ଡାକ୍ତରଙ୍କୁ ଆଦରର ସହ ସମ୍ବର୍ଦ୍ଧିତ କରାଯାଇଥିଲା।
ଦିବ୍ୟଜ୍ୟୋତି ପ୍ରଜ୍ୱଳନ, ବେଦପାଠ ଓ ଭଜନ ସହ ଆରମ୍ଭ ହୋଇଥିବା ଏହି ସମ୍ମିଳନୀରେ ଏକ ସ୍ୱାସ୍ଥ୍ୟ ପ୍ରଦର୍ଶନୀ ମଧ୍ୟ ଆୟୋଜିତ ହୋଇଥିଲା। ଶ୍ରୀ ସତ୍ୟସାଇ ରାଜ୍ୟ ସଂଗଠନ, ସତ୍ୟସାଇ ଟ୍ରଷ୍ଟ ଓ ସାଇଜିଲ୍ଲାର କର୍ମକର୍ତ୍ତା ଏବଂ ସାଇସେବକ ଭାଇ-ଭଉଣୀମାନଙ୍କ ପ୍ରତ୍ୟକ୍ଷ ସହଯୋଗରେ ଏହି କାର୍ଯ୍ୟକ୍ରମ ସଫଳତାର ସହ ଉଦ୍‌ଯାପିତ ହୋଇଛି।

Leave a Reply

Your email address will not be published. Required fields are marked *