CM Mohan Charan Majhi Reviews Cyclone & Flood Damage with Central Team/ଓଡ଼ିଶାରେ ବାତ୍ୟା ଓ ବନ୍ୟା କ୍ଷୟକ୍ଷତି ଆକଳନ: ଲୋକସେବା ଭବନରେ କେନ୍ଦ୍ରୀୟ ଟିମ୍ ସହ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା

CM Mohan Charan Majhi Reviews Cyclone & Flood Damage with Central Team | Odisha

ଓଡ଼ିଶାରେ ବାତ୍ୟା ଓ ବନ୍ୟା କ୍ଷୟକ୍ଷତି ଆକଳନ: ଲୋକସେବା ଭବନରେ କେନ୍ଦ୍ରୀୟ ଟିମ୍ ସହ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା

News Inshot:ଭୁବନେଶ୍ୱର (୫ ନଭେମ୍ବର ୨୦୨୬):

ବାତ୍ୟା ‘ଅର୍ଣ୍ଣବ’ (Cyclone Arnab) ଏବଂ ତତ୍‌ଜନିତ ବନ୍ୟା ଯୋଗୁଁ ଓଡ଼ିଶାର ଦକ୍ଷିଣାଞ୍ଚଳ ଜିଲ୍ଲାଗୁଡ଼ିକରେ ହୋଇଥିବା ବ୍ୟାପକ କ୍ଷୟକ୍ଷତିର ଆକଳନ ପାଇଁ ଆସିଥିବା ୮ ଜଣିଆ ଅନ୍ତଃ-ମନ୍ତ୍ରାଳୟ କେନ୍ଦ୍ରୀୟ ପ୍ରତିନିଧି ଦଳ (Inter-Ministerial Central Team) ଆଜି ଲୋକସେବା ଭବନଠାରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଏବଂ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀମାନଙ୍କ ସହ ସମୀକ୍ଷା ଆଲୋଚନା କରିଛନ୍ତି।

ବାତ୍ୟା ଓ ବନ୍ୟା ଦ୍ୱାରା ପ୍ରଭାବିତ ପ୍ରମୁଖ ଜିଲ୍ଲା—ଗଞ୍ଜାମ, ଗଜପତି ଓ କନ୍ଧମାଳରେ ପ୍ରାୟ ₹୨,୫୨୬ କୋଟି ଟଙ୍କାର ସମ୍ପତ୍ତି ଓ ଫସଲ କ୍ଷୟକ୍ଷତି ହୋଇଥିବା ନେଇ ରାଜ୍ୟ ସରକାର ପ୍ରାଥମିକ ଆକଳନ କରିଛନ୍ତି।

କେନ୍ଦ୍ରୀୟ ଦଳର ମୁଖ୍ୟ ରବି ଶଙ୍କରଙ୍କ ନେତୃତ୍ୱରେ ଆସିଥିବା ଏହି ଟିମ୍ ଗଞ୍ଜାମ ଓ ଗଜପତି ଜିଲ୍ଲାର ପ୍ରଭାବିତ ଅଞ୍ଚଳ ବୁଲି ସ୍ଥିତି ସମୀକ୍ଷା କରିଥିଲେ।ଋଷିକୂଲ୍ୟା ନଦୀର ବନ୍ୟା ଜଳ ଯୋଗୁଁ କୃଷିଜମି, ରାସ୍ତାଘାଟ, ସରକାରୀ ଦପ୍ତର ଓ ଘରବାଡ଼ିରେ ବାଲି ଚର ମାଡ଼ିଯିବା ସହ ବ୍ୟାପକ ଫସଲ ନଷ୍ଟ ହୋଇଥିବା ଟିମ୍ ନିଜ ରିପୋର୍ଟରେ ଦର୍ଶାଇଛି।ଋଷିକୂଲ୍ୟା ନଦୀରୁ ଦୀର୍ଘମିଆଦୀ ଭାବେ ପାଟୁ/ବାଲି କାଢ଼ିବା (Desiltation) ପାଇଁ କେନ୍ଦ୍ରୀୟ ଟିମ୍ ଗୁରୁତ୍ୱାରୋପ କରିଛନ୍ତି।କ୍ଷୟକ୍ଷତିର ସମ୍ପୂର୍ଣ୍ଣ ଆକଳନ କରିବା ପାଇଁ ଆଉ ୭ ରୁ ୮ ଦିନ ସମୟ ଲାଗିବ ବୋଲି କେନ୍ଦ୍ରୀୟ ଦଳ ସୂଚନା ଦେଇଛନ୍ତି।

ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କ୍ଷତିଗ୍ରସ୍ତ ଚାଷୀ, ଭଙ୍ଗାପଡ଼ିଥିବା ଭିତ୍ତିଭୂମି, ବିଦ୍ୟୁତ୍ ସଂଯୋଗୀକରଣ ଏବଂ ପୁନରୁଦ୍ଧାର କାର୍ଯ୍ୟ ପାଇଁ କେନ୍ଦ୍ର ସରକାରଙ୍କ ପ୍ରୋତ୍ସାହନ ଓ ଆର୍ଥିକ ସହାୟତା ପ୍ୟାକେଜ୍ ଯୋଗାଇଦେବାକୁ ଅନୁରୋଧ କରିଛନ୍ତି।

Leave a Reply

Your email address will not be published. Required fields are marked *