Strict Rules for Bhubaneswar Bhasani: No DJs Allowed, Heavy Police Deployment/ଭୁବନେଶ୍ୱର ଦୁର୍ଗାପୂଜା ଭସାଣି: ଡିଜେ ବ୍ୟବହାରକୁ କଡ଼ା କଟକଣା, ସୁରକ୍ଷା ପାଇଁ ୪୮ ପ୍ଲାଟୁନ୍ ପୋଲିସ

ଭୁବନେଶ୍ୱର ଭସାଣିରେ ଡିଜେ (DJ) ସମ୍ପୂର୍ଣ୍ଣ ନିଷେଧ: ଶାନ୍ତିଶୃଙ୍ଖଳା ପାଇଁ ମୁତୟନ ହେବେ ୪୮ ପ୍ଲାଟୁନ୍ ପୋଲିସ

ଭୁବନେଶ୍ୱର: ଆସନ୍ତା ଦୁର୍ଗାପୂଜା ଭସାଣି ଓ ରାବଣ ପୋଡ଼ିକୁ ଶାନ୍ତିପୂର୍ଣ୍ଣ ଭାବେ ସମ୍ପନ୍ନ କରିବା ପାଇଁ କମିଶନରେଟ୍ ପୋଲିସ ପକ୍ଷରୁ କଡ଼କଡ଼ି ନିୟମ ଜାରି କରାଯାଇଛି. ସହରରେ ଶୃଙ୍ଖଳା ରକ୍ଷା କରିବା ପାଇଁ ଏଥର ଭସାଣି ଶୋଭାଯାତ୍ରାରେ ଡିଜେ (DJ) ଏବଂ ସାଉଣ୍ଡ ବକ୍ସ ଗାଡ଼ି ବ୍ୟବହାରକୁ ସମ୍ପୂର୍ଣ୍ଣ ନିଷେଧ କରାଯାଇଛି.
ଭୁବନେଶ୍ୱର ଡିସିପି ସରବେକ ବିବେକ ଏମ.ଙ୍କ ସୂଚନା ଅନୁଯାୟୀ, ସୁପ୍ରିମକୋର୍ଟଙ୍କ ଗାଇଡଲାଇନ୍ ଅନୁଯାୟୀ ରାତି ୧୦ଟା ପରେ ଉଚ୍ଚ ସ୍ୱରରେ ସଙ୍ଗୀତ ବଜାଇବାକୁ ବାରଣ କରାଯାଇଛି. ଯଦି କେହି ଏହି ନିୟମ ଲଙ୍ଘନ କରନ୍ତି, ତେବେ ତାଙ୍କ ବିରୋଧରେ କଠିନ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୋଲିସ ଚେତାବନୀ ଦେଇଛି. ଡିଜେ ବଦଳରେ ପାରମ୍ପାରିକ ବାଦ୍ୟଯନ୍ତ୍ର ବ୍ୟବହାର କରିବାକୁ ଆୟୋଜକମାନଙ୍କୁ ପରାମର୍ଶ ଦିଆଯାଇଛି।
ସୁରକ୍ଷା ବ୍ୟବସ୍ଥାକୁ କଡ଼ାାକଡ଼ି କରିବା ପାଇଁ ସହରରେ ୪୮ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ କରାଯିବ। ଏହାସହ ସହରର ୯ଟି ନିର୍ଦ୍ଦିଷ୍ଟ ସ୍ଥାନରେ ରାବଣ ପୋଡ଼ି ଅନୁଷ୍ଠିତ ହେବ, ଯେଉଁଠାରେ ଅଗ୍ନିଶମ ବାହିନୀ ସହ ସ୍ୱତନ୍ତ୍ର ପୋଲିସ ଟିମ୍ ନିୟୋଜିତ ରହିବେ। ସେହିପରି ଜଳଭଣ୍ଡାରଗୁଡ଼ିକୁ ପ୍ରଦୂଷଣମୁକ୍ତ ରଖିବା ପାଇଁ ବିଏମସି (BMC) ପକ୍ଷରୁ ୬ଟି କୃତ୍ରିମ ପୋଖରୀର ବ୍ୟବସ୍ଥା କରାଯାଇଛି।

Leave a Reply

Your email address will not be published. Required fields are marked *