President Droupadi Murmu and PM Narendra Modi to Visit Odisha This Month/ଚଳିତ ମାସରେ ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ..

ଅକ୍ଟୋବରରେ ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ: ଜାଣନ୍ତୁ ଗସ୍ତ ସୂଚୀ
ଭୁବନେଶ୍ବର (ଓଡ଼ିଶା ସମ୍ବାଦ): ଚଳିତ ଅକ୍ଟୋବର ମାସରେ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହି ହାଇପ୍ରୋଫାଇଲ୍ ଗସ୍ତକୁ ସୁଚାରୁରୂପେ ସମ୍ପାଦନ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଏନେଇ ଆଜି ଲୋକସେବା ଭବନରେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି।
ସୂଚନା ଅନୁଯାୟୀ, ଆସନ୍ତା ୨୫ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦିନିକିଆ ଓଡ଼ିଶା ଗସ୍ତରେ ଆସିବେ। ସେ ଭୁବନେଶ୍ୱର ଓ ଖୋର୍ଦ୍ଧାରେ ବିଭିନ୍ନ ସରକାରୀ କାର୍ଯ୍ୟକ୍ରମରେ ଯୋଗଦେବା ସହ ଭୁବନେଶ୍ବରରେ ଏକ ନୂତନ ଡାଟା ସେଣ୍ଟରର ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି।
ଅପରପକ୍ଷରେ, ୨୮ ତାରିଖରୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସି ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ଅଞ୍ଚଳ ପରିଦର୍ଶନ କରିବେ। ଗସ୍ତର ପ୍ରଥମ ଦିନରେ ସେ ମା’ କିଚକେଶ୍ୱରୀଙ୍କ ମନ୍ଦିର ଦର୍ଶନ, ନିଜ ଗୃହ ଏବଂ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟ ଯିବେ। ୨୯ ତାରିଖରେ ରାଇରଙ୍ଗପୁର ସ୍ପୋର୍ଟସ୍ କମ୍ପ୍ଲେକ୍ସ, ବିକାଶ ନଗର ଓ ଗୋରୁମହିଷାଣୀସ୍ଥିତ ମଲ୍ଟି ସ୍କିଲ୍ ଡେଭଲପମେଣ୍ଟ ସେଣ୍ଟର ଗସ୍ତ କରିବା ପରେ ଦାଣ୍ଡବୋଷ ବିମାନବନ୍ଦରରୁ ନୂଆଦିଲ୍ଲୀ ଫେରିଯିବେ।

Leave a Reply

Your email address will not be published. Required fields are marked *