ସାନିଆ ମିର୍ଜାଙ୍କ ୨୨ ବର୍ଷର ପୁରୁଣା ରେକର୍ଡ ଭାଙ୍ଗି ଇତିହାସ ରଚିଲେ ୧୭ ବର୍ଷର ମାୟା
ଜାତୀୟ ଟେନିସ୍ ଜଗତରେ ଏକ ବଡ଼ ରେକର୍ଡ ଭାଙ୍ଗିଛନ୍ତି ଯୁବ ଟେନିସ୍ ତାରକା ମାୟା ରାଜେଶ୍ୱରନ୍ ରେବତୀ। ପର୍ତ୍ତୁଗାଲର ଲାଗୋସ୍ଠାରେ ଅନୁଷ୍ଠିତ W35 ଟୁର୍ଣ୍ଣାମେଣ୍ଟରେ ମାୟା ନିଜର ପ୍ରଥମ ପ୍ରଫେସନାଲ୍ ସିଙ୍ଗଲ୍ସ ଟାଇଟଲ୍ ଜିତି ଏହି ଇତିହାସ ରଚିଛନ୍ତି।
ଏହି ବିଜୟ ସହ ମାୟା ଭାରତୀୟ ଟେନିସର କିମ୍ବଦନ୍ତୀ ଖେଳାଳି ସାନିଆ ମିର୍ଜାଙ୍କ ଏକ ବଡ଼ ରେକର୍ଡ ଭାଙ୍ଗିଛନ୍ତି। ମାତ୍ର ୧୭ ବର୍ଷ ୩ ମାସ ବୟସରେ ସେ ଏହି ସଫଳତା ପାଇଛନ୍ତି, ଯାହାକି ସାନିଆ ମିର୍ଜାଙ୍କ ଠାରୁ ମଧ୍ୟ କମ୍ ବୟସ। ସାନିଆ ୨୦୦୪ ମସିହାରେ ୧୭ ବର୍ଷ ୧୦ ମାସ ବୟସରେ ନିଜର ପ୍ରଥମ ପ୍ରଫେସନାଲ୍ ଟାଇଟଲ୍ ଜିତିଥିଲେ।
ଫାଇନାଲ୍ ମୁକାବିଲାରେ ମାୟା ସ୍ପେନର ସପ୍ତମ ସିଡ୍ ଖେଳାଳି ସେଲିଆ ସର୍ଭିନୋ ରୁଇଜ୍ (Celia Cervino Ruiz)ଙ୍କୁ ସିଧାସଳଖ ସେଟ୍ରେ ୬-୪, ୬-୨ ଗେମ୍ରେ ପରାସ୍ତ କରିଥିଲେ। କେବଳ ସିଙ୍ଗଲ୍ସ ନୁହେଁ, ସେ ଏହି ଟୁର୍ଣ୍ଣାମେଣ୍ଟରେ ଡବଲ୍ସ ଟାଇଟଲ୍ ମଧ୍ୟ ନିଜ ନାମରେ କରି ଏକ ବିରଳ ଡବଲ୍-କ୍ରାଉନ୍ ସଫଳତା ହାସଲ କରିଛନ୍ତି।
ଭାରତୀୟ ଟେନିସ୍ ପାଇଁ ଏହା ଏକ ଗର୍ବର ବିଷୟ ଏବଂ ଭବିଷ୍ୟତ ପାଇଁ ଏକ ବଡ଼ ସଙ୍କେତ ବୋଲି କ୍ରୀଡ଼ାପ୍ରେମୀମାନେ ଚର୍ଚ୍ଚା କରୁଛନ୍ତି।



