Boosting Social Sector Growth: Odisha Govt Launches ‘PRAYASS’ Initiative/ରାଜ୍ୟରେ ଜନକଲ୍ୟାଣ ଯୋଜନାଗୁଡ଼ିକର ଦ୍ରୁତ ରୂପାୟନ ପାଇଁ ଆରମ୍ଭ ହେଲା ‘PRAYASS’.

ସାମାଜିକ ବିକାଶକୁ ମିଳିବ ନୂଆ ଗତି: ମୁଖ୍ୟମନ୍ତ୍ରୀ କଲେ ‘ପ୍ରୟାସ’ର ଉଚ୍ଚସ୍ତରୀୟ ସମୀକ୍ଷା

ଭୁବନେଶ୍ୱର, ୮ ଅକ୍ଟୋବର:

ରାଜ୍ୟରେ ସାମାଜିକ କ୍ଷେତ୍ରର ନିୟମିତ ଓ ଦ୍ରୁତ ବିକାଶ ପାଇଁ ସରକାର ଆରମ୍ଭ କରିଛନ୍ତି ନୂତନ ପଦକ୍ଷେପ ‘ପ୍ରୟାସ’ (PRAYASS)। ଗୁରୁବାର ଲୋକସେବା ଭବନଠାରେ ଆୟୋଜିତ ଏକ ଉଚ୍ଚସ୍ତରୀୟ ବୈଠକରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଏହି କାର୍ଯ୍ୟକ୍ରମର ବ୍ୟାପକ ସମୀକ୍ଷା କରିଛନ୍ତି।

ଲୋକାଭିମୁଖୀ ଯୋଜନାଗୁଡ଼ିକ ଯେପରି ସୀଧାସଳଖ ଏବଂ ତୃଣମୂଳ ସ୍ତରରେ ଲୋକଙ୍କ ପାଖରେ ଶୀଘ୍ର ପହଞ୍ଚିପାରିବ, ସେଥିପାଇଁ କାର୍ଯ୍ୟପନ୍ଥାକୁ ଆହୁରି ସରଳ ଓ ଶାଣିତ କରିବା ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ। ସରକାରୀ ସେବା ପ୍ରଦାନ ପ୍ରକ୍ରିୟାରେ ଥିବା ତ୍ରୁଟିକୁ ସୁଧାରି ସାମାଜିକ କଲ୍ୟାଣକାରୀ ଯୋଜନାଗୁଡ଼ିକୁ ସମୟସୀମା ମଧ୍ୟରେ କାର୍ଯ୍ୟକାରୀ କରିବାକୁ ମୁଖ୍ୟମନ୍ତ୍ରୀ ବୈଠକରେ ନିର୍ଦ୍ଦେଶ ଦେଇଛନ୍ତି।

ସମୀକ୍ଷା ବୈଠକରେ ବିଭିନ୍ନ ବିଭାଗୀୟ ସଚିବ ଓ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ସାମାଜିକ ସୁରକ୍ଷା, ସ୍ୱାସ୍ଥ୍ୟ, ଶିକ୍ଷା ଓ ଅନ୍ୟାନ୍ୟ ଜନକଲ୍ୟାଣକାରୀ ଯୋଜନାର ନିୟମିତ ଅନୁଧ୍ୟାନ (Monitoring) ଉପରେ ଏହି ବୈଠକରେ ବିଶେଷ ଗୁରୁତ୍ୱ ଦିଆଯାଇଛି।

Leave a Reply

Your email address will not be published. Required fields are marked *