Campus Polls Return to Odisha: Higher Education Minister Announces Student Union Election Dates/୮ ବର୍ଷ ପରେ କ୍ୟାମ୍ପସକୁ ଫେରୁଛି ନିର୍ବାଚନ: ଅକ୍ଟୋବର ୧୫ରେ ରାଜ୍ୟରେ ହେବ ଛାତ୍ର ସଂସଦ ନିର୍ବାଚନ

 ୮ ବର୍ଷ ପରେ କ୍ୟାମ୍ପସକୁ ଫେରୁଛି ନିର୍ବାଚନ: ଅକ୍ଟୋବର ୧୫ରେ ରାଜ୍ୟରେ ହେବ ଛାତ୍ର ସଂସଦ ନିର୍ବାଚନ
ଖବର:
ଦୀର୍ଘ ୮ ବର୍ଷର ଅପେକ୍ଷା ପରେ ରାଜ୍ୟର କଲେଜ ଓ ବିଶ୍ୱବିଦ୍ୟାଳୟଗୁଡ଼ିକରେ ପୁଣିଥରେ ଛାତ୍ର ସଂସଦ ନିର୍ବାଚନ ହେବାକୁ ଯାଉଛି। ଆସନ୍ତା ଅକ୍ଟୋବର ୧୫ ତାରିଖରେ ଭୋଟ ଗ୍ରହଣ କରାଯିବ ବୋଲି ଆଜି ଉଚ୍ଚ ଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଆନୁଷ୍ଠାନିକ ଭାବେ ଘୋଷଣା କରିଛନ୍ତି।
ମନ୍ତ୍ରୀଙ୍କ ସୂଚନା ଅନୁସାରେ, ଅକ୍ଟୋବର ୭ ତାରିଖରେ ବିଭିନ୍ନ କଲେଜ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇବ । ଏହାପରେ ଅକ୍ଟୋବର ୯ରେ ପ୍ରାର୍ଥିପତ୍ର ଦାଖଲ, ୧୫ରେ ଭୋଟ ଗ୍ରହଣ ଏବଂ ୧୬ ତାରିଖରେ ନବନିର୍ବାଚିତ ଛାତ୍ର ପ୍ରତିନିଧିମାନଙ୍କ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହେବ। ଲିଙ୍ଗଡୋ କମିଟିର ସୁପାରିସ ଓ ସର୍ବୋଚ୍ଚ ଅଦାଲତଙ୍କ ଦିଗଦର୍ଶନ ଅନୁଯାୟୀ ଏହି ନିର୍ବାଚନ ପରିଚାଳିତ ହେବ।
୨୦୧୭ ପରଠାରୁ ରାଜ୍ୟରେ କ୍ୟାମ୍ପସ ନିର୍ବାଚନ ବନ୍ଦ ରହିଥିଲା। ଏବେ ପୁଣିଥରେ ନିର୍ବାଚନ ତାରିଖ ଘୋଷଣା ହେବା ପରେ ଛାତ୍ରଛାତ୍ରୀ ଓ ଯୁବ ନେତାଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି।

Leave a Reply

Your email address will not be published. Required fields are marked *