Bollywood Stars Naseeruddin Shah and Vishal Dadlani Join Cockroach Janta Party Demonstration Demanding CEC Gyanesh Kumar’s Exit/ମୁଖ୍ୟ ନିର୍ବାଚନ ଆୟୁକ୍ତଙ୍କ ଇସ୍ତଫା ଦାବି: ମୁମ୍ବାଇ ଶିବାଜୀ ପାର୍କରେ ‘କାକରୋଚ୍ ଜନତା ପାର୍ଟି’ର ପ୍ରତିବାଦ, ସମର୍ଥନ ଜଣାଇଲେ ନସୀରୁଦ୍ଦୀନ ଶାହ ଓ ବିଶାଳ ଦଦଲାନୀ

ମୁମ୍ବାଇ: ଗାନ୍ଧୀ ଜୟନ୍ତୀ ଅବସରରେ ମୁମ୍ବାଇର ଐତିହାସିକ ଶିବାଜୀ ପାର୍କରେ ଏକ ବିଶାଳ ଆନ୍ଦୋଳନ ଦେଖିବାକୁ ମିଳିଛି। ‘କାକରୋଚ୍ ଜନତା ପାର୍ଟି’ (CJP) ର ପ୍ରତିଷ୍ଠାତା ଅଭିଜିତ୍ ଦୀପକେଙ୍କ ନେତୃତ୍ୱରେ ଆୟୋଜିତ ଏହି ପ୍ରତିବାଦ ସଭାରେ ମୁଖ୍ୟ ନିର୍ବାଚନ ଆୟୁକ୍ତ (CEC) ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବି କରାଯାଇଛି।
ଏହି ଆନ୍ଦୋଳନରେ ବଲିଉଡର ବରିଷ୍ଠ ଅଭିନେତା ନସୀରୁଦ୍ଦୀନ ଶାହ ଏବଂ ମ୍ୟୁଜିକ୍ କମ୍ପୋଜର ତଥା ଗାୟକ ବିଶାଳ ଦଦଲାନୀ ଯୋଗ ଦେଇ ଆନ୍ଦୋଳନକାରୀଙ୍କୁ ସମର୍ଥନ ଜଣାଇଛନ୍ତି। ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଏକ ଭିଡିଓରେ ନସୀରୁଦ୍ଦୀନ ଶାହ, CJP ପ୍ରତିଷ୍ଠାତା ଅଭିଜିତ୍‌‌ଙ୍କୁ ଆଲିଙ୍ଗନ କରି ତାଙ୍କ ପ୍ରଚେଷ୍ଟା ପାଇଁ ଧନ୍ୟବାଦ ଜଣାଉଥିବାର ଦେଖାଯାଇଛି।
ଅନ୍ୟପଟେ, ଗାୟକ ବିଶାଳ ଦଦଲାନୀ ମଧ୍ୟ ମଞ୍ଚରେ ଉପସ୍ଥିତ ରହି “ଗୋ ଜ୍ଞାନ ଗୋ” (Go Gyan Go) ନାରା ଦେବା ସହ ଦେଶାତ୍ମବୋଧକ ସଙ୍ଗୀତ ଗାଇ ଜନସାଧାରଣଙ୍କ ଉତ୍ସାହ ବଢ଼ାଇଥିଲେ। ଏହି ବିକ୍ଷୋଭ ପ୍ରଦର୍ଶନରେ ଅଭିନେତ୍ରୀ ଶବନା ଆଜମୀଙ୍କ ସହ ଏସଏଫଆଇ (SFI) ଓ ଏଆଇଏସଏଫ (AISF) ପରି ବିଭିନ୍ନ ଛାତ୍ର ସଂଗଠନର କର୍ମକର୍ତ୍ତାମାନେ ମଧ୍ୟ ଭାଗ ନେଇଥିଲେ।
ନିର୍ବାଚନ ମଣ୍ଡଳୀ ଓ ଭୋଟର ତାଲିକାରେ ହୋଇଥିବା ଅନିୟମିତତାକୁ ନେଇ CJP ଏହି ଆନ୍ଦୋଳନ ଡାକରା ଦେଇଥିବା ବେଳେ, ମୁଖ୍ୟ ନିର୍ବାଚନ ଆୟୁକ୍ତ ଇସ୍ତଫା ନଦେବା ପର୍ଯ୍ୟନ୍ତ ଏହି ପ୍ରତିବାଦ ଦେଶସାରା ବିସ୍ତାର କରାଯିବ ବୋଲି ସଂଗଠନ ପକ୍ଷରୁ କୁହାଯାଇଛି।

Leave a Reply

Your email address will not be published. Required fields are marked *