Railways’ Special Ticket Checking Drive From Oct 1: Key Rules You Need To Know Before Travelling/ଅକ୍ଟୋବର ୧ରୁ ରେଳବାଇର କଡ଼ା ଚେକିଂ: ଟ୍ରେନ୍ ଯାତ୍ରା ପୂର୍ବରୁ ସାଙ୍ଗରେ ରଖନ୍ତୁ ଏହିସବୁ ଅସଲି ପ୍ରମାଣପତ୍ର

ଅକ୍ଟୋବର ୧ରୁ ରେଳବାଇର କଡ଼ା ଚେକିଂ: ଟ୍ରେନରେ ଯାତ୍ରା କରୁଛନ୍ତି କି? ନିଶ୍ଚୟ ସାଙ୍ଗରେ ରଖନ୍ତୁ ଏହିସବୁ ମୂଳ କାଗଜପତ୍ର
ଆଗକୁ ପାର୍ବଣ ଋତୁ ଆସୁଥିବାରୁ ଟ୍ରେନରେ ପ୍ରବଳ ଭିଡ଼ ହେବାର ସମ୍ଭାବନା ରହିଛି। ଏହାକୁ ଦୃଷ୍ଟିରେ ରଖି ଭାରତୀୟ ରେଳବାଇ ପକ୍ଷରୁ ଅକ୍ଟୋବର ୧ ରୁ ୩୧ ତାରିଖ ପର୍ଯ୍ୟନ୍ତ ଏକ ବିଶେଷ ‘ଟିକେଟ ଚେକିଂ ଅଭିଯାନ’ ଆରମ୍ଭ କରାଯାଉଛି। ବିନା ଟିକେଟ ଯାତ୍ରା, ଜାଲିଆତି ଏବଂ ସରକାରୀ ରିହାତି (Concession) ବା ବିଶେଷ କୋଟାର ଅପବ୍ୟବହାର ରୋକିବା ପାଇଁ ରେଳ ବିଭାଗ ଏହି କଠୋର ପଦକ୍ଷେପ ନେଉଛି।
ଯଦି ଆପଣ ଅକ୍ଟୋବର ମାସରେ ଟ୍ରେନ୍ ଯାତ୍ରା କରିବାକୁ ଯୋଜନା କରୁଛନ୍ତି, ତେବେ କିଛି ଜରୁରୀ ନିୟମ ଜାଣିରଖିବା ଆବଶ୍ୟକ:
ଅସଲି ଆଇଡି (Original ID) ବାଧ୍ୟତାମୂଳକ: ଫୋଟୋକପି (ଜେରକ୍ସ) କିମ୍ବା ମୋବାଇଲ ସ୍କ୍ରିନସଟ୍ ଆଦୌ ଗ୍ରହଣ କରାଯିବ ନାହିଁ। ଯାତ୍ରୀଙ୍କୁ ନିଜ ସାଙ୍ଗରେ ମୂଳ (Original) ପରିଚୟ ପତ୍ର ରଖିବାକୁ ପଡ଼ିବ।ଜଣଙ୍କ ପାଖରେ ID ଥିଲେ ବି ଚଳିବ: ଗୋଟିଏ ଟିକେଟରେ ଏକାଧିକ ଯାତ୍ରୀ ଯାଉଥିଲେ, ଅତିକମରେ ଜଣେ ଯାତ୍ରୀଙ୍କ ପାଖରେ ମୂଳ ଆଇଡି ପ୍ରମାଣପତ୍ର ରହିବା ଜରୁରୀ। ଯଦି କାହା ପାଖରେ ବି ମୂଳ ଆଇଡି ନଥାଏ, ତେବେ ଟିକେଟରେ ଥିବା ସମସ୍ତ ଯାତ୍ରୀଙ୍କୁ “ବିନା ଟିକେଟ ଯାତ୍ରୀ” ଭାବେ ଗ୍ରହଣ କରାଯାଇ ଜରିମାନା କରାଯିବ।

ଜେନେରାଲ/ଅନରିଜର୍ଭଡ୍ ଟିକେଟ୍ ଚେକିଂ: ଜେନେରାଲ୍ ଟିକେଟ୍ ଅସଲି ନା ନକଲି, ତାହା ଯାଞ୍ଚ କରିବାକୁ ଟିଟିଇ (TTE) ମାନେ ବିଶେଷ ଆପ୍ ବ୍ୟବହାର କରିବେ।

 

କେଉଁ ଆଇଡି (ID) ସବୁ ଗ୍ରହଣୀୟ?
ଆଧାର କାର୍ଡ, ଭୋଟର ଆଇଡି, ପାନ କାର୍ଡ, ଡ୍ରାଇଭିଂ ଲାଇସେନ୍ସ, ପାସପୋର୍ଟ, ସରକାରୀ ଚାକିରି ଆଇଡି, ଫୋଟୋ ଥିବା ନ୍ୟାସନାଲାଇଜ୍ଡ ବ୍ୟାଙ୍କ ପାସବୁକ କିମ୍ବା ଫୋଟୋ ଥିବା ଷ୍ଟୁଡେଣ୍ଟ ଆଇଡିର ଅସଲି କପି ଗ୍ରହଣ କରାଯିବ।
ବଢ଼ିଛି ଜରିମାନା:
ସୂଚନାଯୋଗ୍ୟ ଯେ, ବିନା ଟିକେଟରେ ଯାତ୍ରା କଲେ ରେଳବାଇ ପକ୍ଷରୁ ସର୍ବନିମ୍ନ ଜରିମାନା ₹୨୫୦ ରୁ ବୃଦ୍ଧି କରାଯାଇ ₹୫୦୦ କରାଯାଇଛି। ଏହାସହ ଯାତ୍ରା କରୁଥିବା ଦୂରତାର ଭଡ଼ା ମଧ୍ୟ ଦେବାକୁ ପଡ଼ିବ। ତେଣୁ ଯାତ୍ରା ସମୟରେ କୌଣସି ଅସୁବିଧାରୁ ବଞ୍ଚିବା ପାଇଁ ନିଜର ଅସଲି ପ୍ରମାଣପତ୍ର ସାଙ୍ଗରେ ରଖି ଯାତ୍ରା କରନ୍ତୁ।

Leave a Reply

Your email address will not be published. Required fields are marked *