ଶମ୍ସ ମୁଲାନୀଙ୍କ ସ୍ପିନ୍ ଯାଦୁ: ଅଷ୍ଟ୍ରେଲିଆ-ଏ କୁ ୧୬୨ ରନ୍ରେ ହରାଇଲା ଇଣ୍ଡିଆ-ଏ
ପୁଡୁଚେରୀ: ପ୍ରଥମ ଚାରିଦିନିଆ ଅନଫିସିଆଲ୍ ଟେଷ୍ଟ ମ୍ୟାଚ୍ରେ ଅଷ୍ଟ୍ରେଲିଆ-ଏ କୁ ୧୬୨ ରନ୍ରେ ଧୂଳିସାଟ୍ କରିଛି ଇଣ୍ଡିଆ-ଏ। ଏହି ବଡ଼ ବିଜୟ ସହ ଭାରତୀୟ ଦଳ ଦୁଇ ମ୍ୟାଚ୍ ବିଶିଷ୍ଟ ସିରିଜ୍ରେ ୧-୦ରେ ଆଗୁଆ ହୋଇଯାଇଛି।
ମ୍ୟାଚ୍ର ଶେଷ ଦିନରେ ଅଷ୍ଟ୍ରେଲିଆ-ଏ ଜିତିବା ପାଇଁ ୩୬୩ ରନ୍ର ପିଛା କରୁଥିବା ବେଳେ ଭାରତୀୟ ବୋଲରଙ୍କ ଘାତକ ବୋଲିଂ ଆଗରେ ମାତ୍ର ୨୦୦ ରନ୍ରେ ଅଲଆଉଟ୍ ହୋଇଯାଇଥିଲା। ଭାରତ ପକ୍ଷରୁ ବାମହାତୀ ସ୍ପିନର ଶମ୍ସ ମୁଲାନୀ କମାଲ କରି ଦ୍ୱିତୀୟ ଇନିଂସରେ ୩ଟି ୱିକେଟ୍ ସହ ମୋଟ ୭ଟି ୱିକେଟ୍ ନେଇ ବିଜୟର ମୁଖ୍ୟ ନାୟକ ସାଜିଛନ୍ତି। ତାଙ୍କ ସହ ପେସର ତୁଷାର ଦେଶପାଣ୍ଡେ ମଧ୍ୟ ୩ଟି ଗୁରୁତ୍ୱପୂର୍ଣ୍ଣ ୱିକେଟ୍ ଚଟକାଇଥିଲେ।
ଏହା ପୂର୍ବରୁ ପ୍ରଥମ ଇନିଂସରେ କୁମାର କୁଶାଗ୍ରଙ୍କ ଶାନ୍ଦାର ୧୧୩ ରନ୍ ଓ ତନୁଷ କୋଟିଆନ୍ଙ୍କ ୬୯ ରନ୍ ବଳରେ ଭାରତ ୩୩୪ ରନ୍ କରିଥିଲା। ଜବାବରେ ଅଷ୍ଟ୍ରେଲିଆ-ଏ ପ୍ରଥମ ଇନିଂସରେ ମାତ୍ର ୧୭୧ ରନ୍ରେ ସିମିତ ରହିଥିଲା। ଦ୍ୱିତୀୟ ଇନିଂସରେ ଭାରତ ୧୯୯ ରନ୍ କରି ଅଷ୍ଟ୍ରେଲିଆ ଆଗରେ ଏକ ବଡ଼ ଲକ୍ଷ୍ୟ ଧାର୍ଯ୍ୟ କରିଥିଲା।
ଉଭୟ ଇନିଂସରେ ଚମତ୍କାର ବ୍ୟାଟିଂ (୧୧୩ ଓ ୪୬*) ପାଇଁ କୁମାର କୁଶାଗ୍ରଙ୍କୁ ‘ପ୍ଲେୟାର ଅଫ୍ ଦ ମ୍ୟାଚ୍’ ଘୋଷଣା କରାଯାଇଛି। ସିରିଜ୍ର ଦ୍ୱିତୀୟ ମ୍ୟାଚ୍ ଆସନ୍ତା ସେପ୍ଟେମ୍ବର ୨୯ ରୁ ଏହି ପୁଡୁଚେରୀ ଗ୍ରାଉଣ୍ଡରେ ହିଁ ଖେଳାଯିବ।



