“Billion-Dollar Allegations, ₹1.5 Crore Settlement! Adani Group Clears the Air with SEBI”/”ହଜାର ହଜାର କୋଟିର ଅଭିଯୋଗ,କିନ୍ତୁ ମାତ୍ର ୧.୫ କୋଟି ଦେଇ ବାଜି ମାରିନେଲେ ଗୌତମ ଅଦାନୀ”

ଅଦାଲତ ବାହାରେ ସେବି ସହ ମାମଲା ଛିଣ୍ଡାଇଲେ ଅଦାନୀ ଗ୍ରୁପ୍, ଗଣିଲେ ୧.୫ କୋଟି ଟଙ୍କା
ହାଇଣ୍ଡେନବର୍ଗ ରିପୋର୍ଟ ଆସିବା ପରେ ଅଦାନୀ ଗ୍ରୁପ୍‌ର କିଛି କମ୍ପାନୀ ବିରୋଧରେ ଆରମ୍ଭ ହୋଇଥିବା ଯାଞ୍ଚ ମାମଲାରେ ଏବେ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଭାରତୀୟ ସେୟାର ବଜାର ନିୟନ୍ତ୍ରକ ‘ସେବି’ (SEBI) ସହ ଏହି ବିବାଦକୁ ଆପୋଷ ସମାଧାନ କିମ୍ବା ‘ସେଟଲମେଣ୍ଟ’ କରିନେଇଛନ୍ତି ଅଦାନୀ ଗ୍ରୁପ୍‌ର ୫ଟି କମ୍ପାନୀ।
ଏହି ମାମଲାକୁ ସମ୍ପୂର୍ଣ୍ଣ ବନ୍ଦ କରିବା ପାଇଁ ଅଦାନୀ ଗ୍ରୁପ୍‌କୁ ସେବି ପାଖରେ ମୋଟ ୧.୫୦୮ କୋଟି ଟଙ୍କା (ପ୍ରାୟ ୧.୫୧ କୋଟି) ଜମା କରିବାକୁ ପଡ଼ିଛି।
କ’ଣ ଥିଲା ଅଭିଯୋଗ?
୨୦୨୩ ଜାନୁଆରୀରେ ହାଇଣ୍ଡେନବର୍ଗ ରିପୋର୍ଟ ଆସିବା ପରେ ସେବି ଏହାର ଯାଞ୍ଚ ଆରମ୍ଭ କରିଥିଲା। ଯାଞ୍ଚ ସମୟରେ ଅଦାନୀ ଗ୍ରୁପ୍‌ର କିଛି କମ୍ପାନୀ ବିଜନେସ୍ ନିୟମ ଅନୁସାରେ ନିଜର ଆଭ୍ୟନ୍ତରୀଣ ଲେଣଦେଣ (Related-Party Transactions) ଖୁଲାସା କରିନଥିବା ଏବଂ ଅଡିଟର କମ୍ପାନୀଗୁଡ଼ିକର କିଛି ନିୟମାବଳୀ ପାଳନରେ ତ୍ରୁଟି ରହିଥିବା ନେଇ ସେବି ପକ୍ଷରୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଥିଲା।
କେଉଁ କମ୍ପାନୀ କେତେ ଟଙ୍କା ଦେଲା?
ସେବିର ନିୟମ ଅନୁସାରେ ଅଦାନୀ ଗ୍ରୁପ୍ ନିଜର ଦୋଷ ସ୍ୱୀକାର ନକରି କେବଳ ମାମଲା ବନ୍ଦ କରିବା ପାଇଁ ଏହି ଜରିମାନା ବା ସେଟଲମେଣ୍ଟ ଫି’ ପରିଶୋଧ କରିଛି।
  • ଅଦାନୀ ଏଣ୍ଟରପ୍ରାଇଜେସ୍: ₹୭୬.୦୫ ଲକ୍ଷ
  • ଅଦାନୀ ଗ୍ରୀନ୍ ଏନର୍ଜି: ₹୪୫.୫୦ ଲକ୍ଷ
  • ଅଦାନୀ ଟୋଟାଲ୍ ଗ୍ୟାସ୍: ₹୯.୭୫ ଲକ୍ଷ
  • ଏଡବ୍ଲ୍ୟୁଏଲ୍ ଏଗ୍ରି ବିଜନେସ୍ (ଅଦାନୀ ୱିଲମାର୍): ₹୯.୭୫ ଲକ୍ଷ
  • ଅଦାନୀ ଏନର୍ଜି ସୋଲ୍ୟୁସନ୍ସ: ₹୯.୭୫ ଲକ୍ଷ
ସେବିର ଉଚ୍ଚସ୍ତରୀୟ କମିଟି ଏହି ସେଟଲମେଣ୍ଟ ଅର୍ଥକୁ ଗ୍ରହଣ କରିବା ପରେ ଏହି ମାମଲାକୁ ଆନୁଷ୍ଠାନିକ ଭାବେ ବନ୍ଦ କରିଦିଆଯାଇଛି। ଏହାଦ୍ୱାରା ଅଦାନୀ ଗ୍ରୁପ୍ ପାଇଁ ଏକ ବଡ଼ ଆଇନଗତ ଅସୁବିଧା ଦୂର ହୋଇଛି।

ଅଦାନୀ ଗ୍ରୁପ୍‌ର ଆଶ୍ୱାସନା

ଆଇନଗତ ବିବାଦର ଅନ୍ତ: ଅଦାନୀ ଗ୍ରୁପ୍‌ ପାଇଁ ଏହା ଏକ ବଡ଼ ସୁବିଧା, କାରଣ ଦୀର୍ଘ ଦିନରୁ ଝୁଲି ରହିଥିବା ଯାଞ୍ଚ ମାମଲା ଏବେ ଶେଷ ହୋଇଗଲା। କମ୍ପାନୀଗୁଡ଼ିକ ପକ୍ଷରୁ କୁହାଯାଇଛି ଯେ ସେମାନେ କୌଣସି ଦୋଷ ବା ନିୟମ ଭଙ୍ଗକୁ ସ୍ୱୀକାର କରିନାହାନ୍ତି, କେବଳ ସେବିର ନିୟମାନୁସାରେ ନିୟମିତ ପ୍ରକ୍ରିୟା (Settlement Mechanics) ମାଧ୍ୟମରେ ମାମଲା ବନ୍ଦ କରିଛନ୍ତି।

ବଜାର ପାଇଁ ସକାରାତ୍ମକ (Positive News): ବଜାର ବିଶେଷଜ୍ଞଙ୍କ ମତରେ, ଅଦାନୀ ଗ୍ରୁପ୍‌ ଉପରୁ ନିୟନ୍ତ୍ରକଙ୍କ (Regulator) ଆଇନଗତ କଟକଣା କମିବା ଦ୍ୱାରା ନିବେଶକଙ୍କ ଆସ୍ଥା ବୃଦ୍ଧି ପାଇବ/ମାମଲା ସମାଧାନ ହେବା ଫଳରେ ଆଗାମୀ ଦିନରେ ଅଦାନୀ ଏଣ୍ଟରପ୍ରାଇଜେସ୍, ଅଦାନୀ ଗ୍ରୀନ୍ ଭଳି ପ୍ରମୁଖ ସେୟାରଗୁଡ଼ିକରେ ସ୍ଥିରତା ଏବଂ ସୁଧାର ଦେଖିବାକୁ ମିଳିପାରେ।

Version 1.0.0

 

ବିରୋଧୀ ଦଳ ଓ ଆଲୋଚକ

ଛୋଟ ଅର୍ଥରାଶିକୁ ନେଇ ପ୍ରଶ୍ନ: ବିରୋଧୀ ଦଳଗୁଡ଼ିକ ଏବଂ କିଛି ଆଲୋଚକ ଅଭିଯୋଗ କରୁଛନ୍ତି ଯେ ହାଇଣ୍ଡେନବର୍ଗ ରିପୋର୍ଟରେ ଏତେ ବଡ଼ ଅଭିଯୋଗ ଆସିବା ପରେ ମାତ୍ର ₹୧.୫ କୋଟି ଟଙ୍କାରେ ମାମଲା ଫସରଫାଟି ଯିବା ସେବିର ଯାଞ୍ଚ ପ୍ରକ୍ରିୟା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି।

କଠୋର କାର୍ଯ୍ୟାନୁଷ୍ଠାନର ଦାବି: ସେମାନଙ୍କ କହିବା କଥା ହେଲା, ନିୟମାବଳୀର କଠୋର ପାଳନ ପାଇଁ ବଡ଼ ଧରଣର ଦଣ୍ଡବିଧାନ ହେବା ଦରକାର ଥିଲା।

Leave a Reply

Your email address will not be published. Required fields are marked *