Apple Pay Launching in India: Launch Timeline and Its Potential Impact on UPI/ଭାରତକୁ ଆସୁଛି Apple Pay: ଜାଣନ୍ତୁ କେବେ ହେବ ଲଞ୍ଚ ଏବଂ UPI ଉପରେ ପଡ଼ିବ କି ଏହାର ପ୍ରଭାବ?

ଭାରତକୁ ଆସୁଛି Apple Pay: UPI ଉପରେ ପଡ଼ିବ କି ଏହାର ପ୍ରଭାବ? ଜାଣନ୍ତୁ ସମ୍ପୂର୍ଣ୍ଣ ସତ୍ୟତା

ଯଦି ଆପଣ iPhone କିମ୍ବା Apple Watch ବ୍ୟବହାର କରୁଛନ୍ତି, ତେବେ ଆପଣଙ୍କ ପାଇଁ ଗୋଟିଏ ବହୁତ ବଡ଼ ଖୁସିଖବର ଅଛି! ବହୁ ପ୍ରତୀକ୍ଷା ପରେ ଶେଷରେ ଭାରତରେ ଲଞ୍ଚ ହେବାକୁ ଯାଉଛି ଆପଲ୍‌ର ନିଜସ୍ୱ ପେମେଣ୍ଟ ସର୍ଭିସ୍ ‘Apple Pay’। ସୂଚନା ଅନୁସାରେ, ଆସନ୍ତା ଅକ୍ଟୋବର ମାସରୁ ହିଁ ଭାରତୀୟ ଆପଲ୍ ବ୍ୟବହାରକାରୀ ଏହି ସୁବିଧାର ଫାଇଦା ଉଠାଇ ପାରିବେ।

ପ୍ରଥମେ କେଉଁ ବ୍ୟାଙ୍କ ଗ୍ରାହକଙ୍କୁ ମିଳିବ ସୁଯୋଗ?

ରିପୋର୍ଟ ଅନୁସାରେ, ଆପଲ୍ ପ୍ରଥମେ Axis Bank ସହିତ ମିଶି ଏହି ସେବା ଆରମ୍ଭ କରିବାକୁ ଯାଉଛି। ଅର୍ଥାତ୍ Axis Bank ର କ୍ରେଡିଟ୍ କାର୍ଡ ବ୍ୟବହାର କରୁଥିବା ଗ୍ରାହକମାନେ ପ୍ରଥମେ Apple Pay ର ସୁବିଧା ପାଇବେ। ଏହା ସହିତ HDFC ଏବଂ ICICI ବ୍ୟାଙ୍କ ସହ ମଧ୍ୟ କଥାବାର୍ତ୍ତା ଚାଲିଛି, ଯାହା ଆଗାମୀ ଦିନରେ ଯୋଡ଼ି ହୋଇପାରନ୍ତି।

କେମିତି କାମ କରିବ Apple Pay?

ଏଥିପାଇଁ ଆପଣଙ୍କୁ କୌଣସି QR Code ସ୍କାନ୍ କରିବାକୁ କିମ୍ବା PIN ନମ୍ବର ମନେ ରଖିବାକୁ ପଡ଼ିବ ନାହିଁ।
  • ଆପଣଙ୍କ iPhone କିମ୍ବା Apple Watch ରେ ନିଜର ବ୍ୟାଙ୍କ କାର୍ଡକୁ ଆଡ୍/ସେଭ୍ କରି ରଖିବାକୁ ହେବ।
  • ଦୋକାନରେ ପେମେଣ୍ଟ କରିବା ସମୟରେ କେବଳ ଫୋନ୍‌କୁ ସ୍ୱାଇପ୍ ମେସିନ୍ ନିକଟରେ ଟ୍ୟାପ୍ (NFC) କରି Face ID କିମ୍ବା Touch ID ମାଧ୍ୟମରେ ସେକେଣ୍ଡକରେ ପେମେଣ୍ଟ କରିପାରିବେ।

UPI (PhonePe, Google Pay) ଉପରେ ପଡ଼ିବ କି ପ୍ରଭାବ?

Apple Pay ଆସିବା ଖବର ପରେ ଅନେକଙ୍କ ମନରେ ପ୍ରଶ୍ନ ଉଠୁଛି ଯେ, ଏହା ଦ୍ୱାରା ଭାରତରେ ଚାଲୁଥିବା UPI (PhonePe, Google Pay, Paytm) ର ବ୍ୟବସାୟ ପ୍ରଭାବିତ ହେବ କି?
ଏହାର ସିଧା ଉତ୍ତର ହେଉଛି — ନା, UPI ଉପରେ କୌଣସି ବଡ଼ ପ୍ରଭାବ ପଡ଼ିବ ନାହିଁ। ଏହାର କାରଣଗୁଡ଼ିକ ହେଲା:
  1. ବିନ୍ନ ପ୍ରଯୁକ୍ତିବିଦ୍ୟା (NFC vs QR Code): Apple Pay ମୁଖ୍ୟତଃ କ୍ରେଡିଟ୍/ଡେବିଟ୍ କାର୍ଡ ଆଧାରିତ NFC (Tap-to-Pay) ସିଷ୍ଟମ୍‌ରେ ଚାଲେ, ଯାହା ପାଇଁ POS/Swiping Machine ଦରକାର। ଅନ୍ୟପଟେ UPI ସିଧାସଳଖ ବ୍ୟାଙ୍କ ଆକାଉଣ୍ଟରୁ ଟଙ୍କା କାଟିଥାଏ ଏବଂ ଏହା QR Code ସ୍କାନ୍ କରି ଚାଲେ।
  2. ଲକ୍ଷ୍ୟ ରଖାଯାଇଥିବା ଗ୍ରାହକ: ଭାରତରେ ଛୋଟ ଦୋକାନୀ, ଚା’ ଖଟିଠାରୁ ଆରମ୍ଭ କରି ସବୁଠି UPI ଚାଲୁଛି। କିନ୍ତୁ Apple Pay କେବଳ ସେହି iPhone ୟୁଜର୍ସଙ୍କ ପାଇଁ ଉପଯୋଗୀ ହେବ, ଯେଉଁମାନେ ବଡ଼ ମଲ୍ କିମ୍ବା ଶୋ’ରୁମ୍‌ରେ କାର୍ଡ ଟ୍ୟାପ୍ କରି ପେମେଣ୍ଟ କରନ୍ତି।
  3. ଟ୍ରାଞ୍ଜାକ୍ସନ୍ ଚାର୍ଜ: UPI ସମ୍ପୂର୍ଣ୍ଣ ମାଗଣା। କିନ୍ତୁ କାର୍ଡ ପେମେଣ୍ଟରେ ବ୍ୟବସାୟୀଙ୍କୁ MDR ଚାର୍ଜ ଦେବାକୁ ପଡ଼ିଥାଏ, ଯାହା ଛୋଟ ଦୋକାନୀମାନେ ପସନ୍ଦ କରନ୍ତି ନାହିଁ।
UPI ଭାରତୀୟ ବଜାରରେ ନିଜର ଦାପଟ ବଜାୟ ରଖିବ। Apple Pay କେବଳ iPhone ୟୁଜର୍ସଙ୍କ ପାଇଁ କାର୍ଡ ପେମେଣ୍ଟ କରିବା ଅଭିଜ୍ଞତାକୁ ଆହୁରି ସହଜ ଏବଂ ସୁରକ୍ଷିତ କରିଦେବ, କିନ୍ତୁ ଏହା UPI ର ବିକଳ୍ପ ସାଜିପାରିବ ନାହିଁ।

Leave a Reply

Your email address will not be published. Required fields are marked *