Disha Salian Death Case: Rs 500 Crore Legal Notice Issued to Aaditya Thackeray/ଦିଶାଙ୍କ ବାପାଙ୍କ ବଡ଼ ପଦକ୍ଷେପ: ଆଦିତ୍ୟ ଠାକରେଙ୍କୁ ମାଗିଲେ ୫୦୦ କୋଟିର କ୍ଷତିପୂରଣ

ଆଦିତ୍ୟ ଠାକରେଙ୍କୁ ୫୦୦ କୋଟି ଟଙ୍କାର ନୋଟିସ୍: ଦିଶା ସାଲିଆନ୍ ମୃତ୍ୟୁ ମାମଲାରେ ବଢ଼ିଲା ରାଜନୈତିକ ସର୍ଗରମୀ
ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ପୂର୍ବତନ ମ୍ୟାନେଜର ଦିଶା ସାଲିଆନଙ୍କ ମୃତ୍ୟୁ ମାମଲାରେ ଏବେ ମହାରାଷ୍ଟ୍ର ରାଜନୀତି ଅଧିକ ସରଗରମ ହୋଇପଡ଼ିଛି। ଦିଶାଙ୍କ ବାପା ସତୀଶ ସାଲିଆନ୍ ଶିବସେନା (ୟୁବିଟି) ନେତା ଆଦିତ୍ୟ ଠାକରେ ଏବଂ ଏନ୍‌ସିପି (ଏସ୍‌ପି) ନେତା ଅନିଲ ଦେଶମୁଖଙ୍କୁ ୫୦୦ କୋଟି ଟଙ୍କାର ଆଇନଗତ ମାନହାନି ନୋଟିସ୍ ପଠାଇଛନ୍ତି।
ସତୀଶ ସାଲିଆନଙ୍କ ଅଭିଯୋଗ ଅନୁଯାୟୀ, ଝିଅକୁ ନ୍ୟାୟ ଦେବା ପାଇଁ ସେ କରୁଥିବା ଆଇନଗତ ଲଢ଼େଇକୁ ଏହି ନେତାମାନେ “ରାଜନୈତିକ ଉଦ୍ଦେଶ୍ୟପ୍ରଣୋଦିତ” ବୋଲି କହି ତାଙ୍କ ସମ୍ମାନ ହାନି କରିବାକୁ ଚେଷ୍ଟା କରିଛନ୍ତି। ଏହାସହ ଆଦିତ୍ୟ ଠାକରେ ପୂର୍ବରୁ ସିବିଆଇ ତାଙ୍କୁ ଏହି ମାମଲାରେ “କ୍ଲିନ୍ ଚିଟ୍” ଦେଇସାରିଛି ବୋଲି ଯେଉଁ ଦାବି କରିଥିଲେ, ତାହା ସମ୍ପୂର୍ଣ୍ଣ ଭ୍ରାମକ ବୋଲି ସେ ଦର୍ଶାଇଛନ୍ତି।
ନୋଟିସ୍‌ର ମୁଖ୍ୟ ଦାବି:
  • ୭ ଦିନର ମୋହଲତ: ୭ ଦିନ ମଧ୍ୟରେ ଦୁଇ ନେତା ଖବରକାଗଜ, ଟିଭି ଓ ସୋସିଆଲ ମିଡିଆ ମାଧ୍ୟମରେ ବିନା ସର୍ତ୍ତରେ ସାର୍ବଜନୀନ କ୍ଷମାପ୍ରାର୍ଥନା କରନ୍ତୁ।
  • କ୍ଷତିପୂରଣ: କ୍ଷମା ନ ମାଗିଲେ ୫୦୦ କୋଟି ଟଙ୍କାର ମାନହାନି ମାମଲା ଏବଂ ଅପରାଧିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
ନିକଟରେ ବମ୍ବେ ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ସିବିଆଇ (CBI) ଦିଶା ସାଲିଆନ ମୃତ୍ୟୁ ମାମଲାରେ ଏକ ନୂଆ FIR ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଅନ୍ୟପଟେ ଆଦିତ୍ୟ ଠାକରେ ଏହି ସମସ୍ତ ଅଭିଯୋଗକୁ ଖଣ୍ଡନ କରି କହିଛନ୍ତି ଯେ ସେ ଦିଶାଙ୍କୁ କେବେ ଭେଟିନାହାନ୍ତି ଏବଂ ତାଙ୍କୁ ବଦନାମ କରିବା ପାଇଁ ଏହା ଏକ ରାଜନୈତିକ ଷଡ଼ଯନ୍ତ୍ର।

Leave a Reply

Your email address will not be published. Required fields are marked *