Indian Hockey Team Returns to Traditional Blue Jersey/ପୁଣି ନୀଳ ଜର୍ସିରେ ମୈଦାନକୁ ଓହ୍ଲାଇବ ଭାରତୀୟ ହକି ଟିମ୍..

ପୁଣି ନୀଳ ରଙ୍ଗର ଜର୍ସି ପିନ୍ଧି ମୈଦାନକୁ ଓହ୍ଲାଇବେ ଭାରତୀୟ ହକି ଟିମ୍
ନୂଆଦିଲ୍ଲୀ: Asian Games (ଏସୀୟ କ୍ରୀଡ଼ା)ରେ ପୁଣି ଥରେ ନିଜର ପାରମ୍ପରିକ ନୀଳ ରଙ୍ଗ (Blue) ଜର୍ସିରେ ନଜର ଆସିବେ ଭାରତୀୟ ପୁରୁଷ ଓ ମହିଳା ହକି ଦଳ। ବିଶ୍ୱକପ୍‌ ସମୟରେ କେସରିଆ (Saffron) ଜର୍ସିକୁ ନେଇ ସୃଷ୍ଟି ହୋଇଥିବା ବିବାଦ ପରେ ହକି ଇଣ୍ଡିଆ (Hockey India) ପୁଣି ବ୍ଲୁ ଜର୍ସିକୁ ପ୍ରଥମ ପସନ୍ଦ ଭାବେ ବାଛିଛି।
ବିଶ୍ୱକପ୍‌ ବେଳେ ବ୍ଲୁ ଟର୍ଫ (ନୀଳ ପିଚ୍‌)ରେ ଖେଳାଳିଙ୍କୁ ଦେଖିବାରେ ସୁବିଧା ହେବ ବୋଲି ଦର୍ଶାଇ କେସରିଆ ଜର୍ସି ବ୍ୟବହାର କରାଯାଇଥିଲା। ମାତ୍ର ଏହି ନିଷ୍ପତ୍ତିକୁ ନେଇ ଅନେକ ପୂର୍ବତନ ଅଧିନାୟକ ଓ ପ୍ରଶଂସକ ନାପସନ୍ଦ କରିବା ସହ ଏହାକୁ ନେଇ କ୍ରୀଡ଼ା ମହଲରେ ବେଶ୍ ଚର୍ଚ୍ଚା ହୋଇଥିଲା।
ହକି ଇଣ୍ଡିଆ ସଭାପତି ଦିଲୀପ ତିର୍କୀ ସ୍ପଷ୍ଟ କରିଛନ୍ତି ଯେ, କେସରିଆ ଜର୍ସି କୌଣସି ସ୍ଥାୟୀ ନିଷ୍ପତ୍ତି ନଥିଲା। ଭାରତୀୟ ଅଲିମ୍ପିକ ସଂଘ (IOA)କୁ ପ୍ରଥମ ପସନ୍ଦ ଭାବେ ‘ନୀଳ’ ଏବଂ ଦ୍ୱିତୀୟ ବିକଳ୍ପ ଭାବେ ‘କେସରିଆ’ ଜର୍ସି ବିଷୟରେ ଜଣାଇ ଦିଆଯାଇଛି। ଫଳରେ, ଆସନ୍ତା ଜାପାନ ଏସୀୟ କ୍ରୀଡ଼ାରେ ଭାରତୀୟ ଦଳ ପୁଣି ନିଜର ପରିଚିତ ନୀଳ ରଙ୍ଗର ଜର୍ସି ପିନ୍ଧି ମୈଦାନକୁ ଓହ୍ଲାଇବେ।

Leave a Reply

Your email address will not be published. Required fields are marked *