“Justice Process Stalled”: RG Kar Victim’s Mother Expresses Anger Over CBI Probe Delay/ସରକାର ବଦଳିଲା, ହେଲେ ନ୍ୟାୟ ମିଳିଲାନି: CBI ତଦନ୍ତକୁ ନେଇ ପୁଣି ବର୍ଷିଲେ ଆର.ଜି. କର ପୀଡ଼ିତାଙ୍କ ମା’..

ସିବିଆଇ ତଦନ୍ତକୁ ନେଇ ପୁଣି କ୍ଷୋଭ: ସରକାର ବଦଳିଲା, ହେଲେ ନ୍ୟାୟ ମିଳିଲାନି – ଆର.ଜି. କର ପୀଡ଼ିତାଙ୍କ ମା’


ବାରାକପୁର:କୋଲକାତା ଆର. ଜି. କର ମେଡିକାଲ କଲେଜ ଦୁଷ୍କର୍ମ ଓ ହତ୍ୟା ମାମଲାରେ ସିବିଆଇ (CBI) ତଦନ୍ତର ମନ୍ଥର ଗତିକୁ ନେଇ ପୁଣି ଥରେ ନିଜର ଅସନ୍ତୋଷ ପ୍ରକାଶ କରିଛନ୍ତି ପୀଡ଼ିତାଙ୍କ ମା’ ପାଣିହାଟୀର ବିଜେପି ବିଧାୟିକା ରତ୍ନା ଦେବନାଥ। ବାରାକପୁରଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ସେ ସିବିଆଇର କାର୍ଯ୍ୟଶୈଳୀ ଓ ଆଇନଗତ ପ୍ରକ୍ରିୟାରେ ହେଉଥିବା ବିଳମ୍ବକୁ ନେଇ ଗମ୍ଭୀର ପ୍ରଶ୍ନ ଉଠାଇଛନ୍ତି। 
ରତ୍ନା ଦେବନାଥ କହିଛନ୍ତି ଯେ, ରାଜ୍ୟରେ ସରକାର ବଦଳିବା ପରେ ମଧ୍ୟ ନ୍ୟାୟ ପ୍ରକ୍ରିୟା ଆଗକୁ ବଢ଼ିପାରୁ ନାହିଁ। “ପରିସ୍ଥିତିରେ ପ୍ରକୃତରେ କିଛି ପରିବର୍ତ୍ତନ ଆସିଛି କି ନାହିଁ, ତାହା ଏବେ ବଡ଼ ପ୍ରଶ୍ନ,” ବୋଲି ସେ ଅତ୍ୟନ୍ତ ଦୁଃଖର ସହ ପ୍ରକାଶ କରିଛନ୍ତି।
ଏହାସହ ଗିରଫଦାରୀରେ ହେଉଥିବା ବିଳମ୍ବକୁ ନେଇ କ୍ଷୋଭ ଜାହିର କରି ସେ କହିଛନ୍ତି, ଯଦି କୌଣସି ଡାକ୍ତର ଅପରାଧରେ ସମ୍ପୃକ୍ତ ଅଛନ୍ତି, ତେବେ ତାଙ୍କ ପେଷା ନିର୍ବିଶେଷରେ ତାଙ୍କୁ ତୁରନ୍ତ ଗିରଫ କରାଯିବା ଉଚିତ୍। ସିବିଆଇ ଏହି ମାମଲାରେ ଆହୁରି କଠୋର ଓ ପ୍ରଭାବଶାଳୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ବୋଲି ସେ ପୁନର୍ବାର ଦାବି କରିଛନ୍ତି।

Leave a Reply

Your email address will not be published. Required fields are marked *