“Every Step Towards Peace Gives Hope” – PM Modi Urges Putin to Pursue Diplomacy in Ukraine/”ଯୁଦ୍ଧ ନୁହେଁ, ଶାନ୍ତି ଆବଶ୍ୟକ” – ଋଷ ରାଷ୍ଟ୍ରପତିଙ୍କୁ କୂଟନୀତିର ପାଠ ପଢ଼ାଇଲେ ମୋଦୀ

ଶାନ୍ତି ବାର୍ତ୍ତା: ୟୁକ୍ରେନ ବିବାଦର ସମାଧାନ ପାଇଁ ପୁଟିନଙ୍କୁ ଅପିଲ କଲେ ପ୍ରଧାନମନ୍ତ୍ରୀ ମୋଦୀ
ବିଷ୍କେକ (କିର୍ଗିଜସ୍ଥାନ):
କିର୍ଗିଜସ୍ଥାନର ରାଜଧାନୀ ବିଷ୍କେକରେ ଆୟୋଜିତ ‘ସାଂଘାଇ ସହଯୋଗ ସଂଗଠନ’ (SCO) ସମ୍ମିଳନୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ଦ୍ୱିପାକ୍ଷିକ ଆଲୋଚନା ଅନୁଷ୍ଠିତ ହୋଇଯାଇଛି।
ଏହି ବୈଠକରେ ୟୁକ୍ରେନ ବିବାଦକୁ ନେଇ ଭାରତର ଆଭିମୁଖ୍ୟ ପୁଣି ଥରେ ସ୍ପଷ୍ଟ କରିଛନ୍ତି ପ୍ରଧାନମନ୍ତ୍ରୀ। ସେ କହିଛନ୍ତି ଯେ, “ଯୁଦ୍ଧରେ ବିତିଯାଉଥିବା ପ୍ରତ୍ୟେକ ଦିନ ମାନବସମାଜକୁ ପଛକୁ ନେଇଯାଏ, ସେହିପରି ଶାନ୍ତି ଆଡ଼କୁ ବଢ଼ୁଥିବା ପ୍ରତ୍ୟେକ ପଦକ୍ଷେପ ନୂଆ ଆଶା ସଞ୍ଚାର କରେ। ଆମକୁ ଅନନ୍ତ ଯୁଦ୍ଧରୁ ଓହରି ଯୁଦ୍ଧର ସମାପ୍ତି ଆଡ଼କୁ ଆଗେଇବାକୁ ହେବ।”
ମୋଦୀ ଆହୁରି ମଧ୍ୟ କହିଛନ୍ତି ଯେ ଭାରତ ହେଉଛି ଗାନ୍ଧୀ ଓ ବୁଦ୍ଧଙ୍କ ଭୂମି, ଯାହା ସବୁବେଳେ ଶାନ୍ତିର ବାର୍ତ୍ତା ଦେଇଆସିଛି। ଆଲୋଚନା ଓ କୂଟନୀତି ମାଧ୍ୟମରେ ହିଁ ସମସ୍ୟାର ସମାଧାନ କରାଯାଇପାରିବ ବୋଲି ସେ ଜୋର ଦେଇଛନ୍ତି।
ଏହା ସହିତ ଦୁଇ ନେତାଙ୍କ ମଧ୍ୟରେ ଭାରତ ଓ ଋଷ ମଧ୍ୟରେ ଥିବା ଦ୍ୱିପାକ୍ଷିକ ସମ୍ପର୍କ, ବ୍ୟବସାୟ, ଶକ୍ତି ଓ ସୁରକ୍ଷା କ୍ଷେତ୍ରରେ କୋପରେସନ ବିଷୟରେ ମଧ୍ୟ ଆଲୋଚନା ହୋଇଛି। ଋଷ ରାଷ୍ଟ୍ରପତି ପୁଟିନ ଭାରତ ସହ ନିଜର ସମ୍ପର୍କକୁ ଗୁରୁତ୍ୱପୂର୍ଣ୍ଣ ବୋଲି ଅଭିହିତ କରିଛନ୍ତି।

Leave a Reply

Your email address will not be published. Required fields are marked *