Rayagada Health Emergency: 2 Children Die After Injection by Local ‘Quack’/ରାୟଗଡ଼ା ଜ୍ଵର ଚିନ୍ତା: ନକଲି ଡାକ୍ତରଙ୍କ ଇଞ୍ଜେକ୍ସନ ନେଇ ୨ ଶିଶୁଙ୍କ ମୃତ୍ୟୁ

ରାୟଗଡ଼ାରେ ଜ୍ଵରର କୋପ: ନକଲି ଡାକ୍ତରଙ୍କ ଇଞ୍ଜେକ୍ସନ ନେଇ ୨ ଶିଶୁଙ୍କ ମୃତ୍ୟୁ, ୨୦ରୁ ଅଧିକ ଆକ୍ରାନ୍ତ
ରାୟଗଡ଼ା:
ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ ଜୁବାପଦର ଗାଁରେ ଦେଖାଦେଇଛି ଜ୍ଵରର ଆତଙ୍କ। ଗତ କିଛି ଦିନ ହେବ ଗାଁରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବା ବେଳେ ଶନିବାର ଦୁଇ ଜଣ ଶିଶୁଙ୍କ ମୃତ୍ୟୁ ଘଟିବା ପରେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି। ମୃତ ଶିଶୁ ଦ୍ଵୟ ହେଲେ ପିଙ୍କୁ ପୂଜାରୀ ଓ ସାତ ବର୍ଷୀୟ ଶିବ ମାଝୀ।
ମିଳିଥିବା ସୂଚନା ଅନୁସାରେ, ଗାଁରେ ଜ୍ଵର ବ୍ୟାପିବା ପରେ ପରିବାର ଲୋକେ ଦୁଇ ଶିଶୁଙ୍କୁ ଚିକିତ୍ସା ପାଇଁ ପାଖ ଦଶମନ୍ତପୁର ବ୍ଲକ ଦମ୍ବଗୁଡ଼ାର ଜଣେ ହାତୁଡ଼େ (ନକଲି) ଡାକ୍ତରଙ୍କ ପାଖକୁ ନେଇଥିଲେ। ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ, ସେଠାରେ ଇଞ୍ଜେକ୍ସନ ଦିଆଯିବାର କିଛି ଘଣ୍ଟା ପରେ ହିଁ ଦୁଇ ଶିଶୁଙ୍କର ମୃତ୍ୟୁ ଘଟିଥିଲା। ତେବେ ମୃତ୍ୟୁର ସଠିକ କାରଣ ଏପର୍ଯ୍ୟନ୍ତ ବ୍ୟବଚ୍ଛେଦ ନରିପୋର୍ଟ ଆସିବା ପରେ ଜଣାପଡ଼ିବ।
ବର୍ତ୍ତମାନ ସୁଦ୍ଧା ଗାଁର ୨୦ରୁ ଅଧିକ ଲୋକ ଜ୍ଵରରେ ଆକ୍ରାନ୍ତ ଅଛନ୍ତି। ଘଟଣା ସମ୍ପର୍କରେ ଖବର ପାଇବା ପରେ ସ୍ୱାସ୍ଥ୍ୟ ବିଭାଗର ଏକ ଟିମ୍ ଗାଁରେ ପହଞ୍ଚି ଚିକିତ୍ସା ସେବା ଆରମ୍ଭ କରିଛି। ଡଙ୍ଗାସିଲ୍ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଡାକ୍ତର ପଦବୀ ଖାଲି ପଡ଼ିଥିବାରୁ ସ୍ଥାନୀୟ ଲୋକେ ବାଧ୍ୟ ହୋଇ ବେସରକାରୀ ଚିକିତ୍ସା ଉପରେ ନିର୍ଭର କରୁଥିବା ଅଭିଯୋଗ କରିଛନ୍ତି। ଗ୍ରାମବାସୀ ଏହି ଘଟଣାର ତଦନ୍ତ ସହ ଅଞ୍ଚଳରେ ତୁରନ୍ତ ସ୍ୱାସ୍ଥ୍ୟସେବା ଯୋଗାଇଦେବାକୁ ଦାବି କରିଛନ୍ତି।

Leave a Reply

Your email address will not be published. Required fields are marked *