Kaudiya (Bol Bam) devotees collect holy Mahanadi water under police supervision and barricades at Cuttack's Gadagadia Ghat on the first Shravan Monday. Photo by: Sai Saswat Mishra

Guru Purnima Celebrated at ‘Sai Janani’: A Divine Blend of Devotion and Service/’ସାଇ ଜନନୀ’ରେ ଗୁରୁ ପୂର୍ଣ୍ଣିମା ସମାରୋହ: ଭକ୍ତିମୟ ମାହୋଲରେ ଗୁଞ୍ଜରିତ ହେଲା ସାଇ ନାମ…

ଭୁବନେଶ୍ୱର ‘ସାଇ ଜନନୀ’ରେ ଗୁରୁ ପୂର୍ଣ୍ଣିମା ଉତ୍ସବ: ଆଧ୍ୟାତ୍ମିକତା ଓ ସେବା ସଂକଳ୍ପର ସମାହାର

(ଭୁବନେଶ୍ୱର, ୨୯ ଜୁଲାଇ):

ଶ୍ରୀ ସତ୍ୟସାଇ ସେବା ସଂଗଠନ, ଭୁବନେଶ୍ୱର  ଜିଲ୍ଲା ପକ୍ଷରୁ ପବିତ୍ର ଗୁରୁ ପୂର୍ଣ୍ଣିମା ଉତ୍ସବ ଅତ୍ୟନ୍ତ ଆଡ଼ମ୍ବର ଓ ଆଧ୍ୟାତ୍ମିକ ଉଲ୍ଲାସ ସହ ପାଳିତ ହୋଇଯାଇଛି। ଭୋର ପ୍ରଭାତରୁ ଆରମ୍ଭ କରି ସନ୍ଧ୍ୟା ପର୍ଯ୍ୟନ୍ତ ବିଭିନ୍ନ ଭକ୍ତିମୟ କାର୍ଯ୍ୟକ୍ରମରେ ଗୁଞ୍ଜରିତ ହୋଇଉଠିଥିଲା ସମଗ୍ର ପରିବେଶ।

ଉତ୍ସବର ଆରମ୍ଭ ପ୍ରାତଃ ୫ଟାରେ ଓଁକାରମ୍, ସୁପ୍ରଭାତମ୍ ଓ ପ୍ରଭାତ ଫେରୀ (ନଗର ସଂକୀର୍ତ୍ତନ) ମାଧ୍ୟମରେ ହୋଇଥିଲା। ସକାଳ ୭:୩୦ରେ ସଂଗଠନର ଦିବ୍ୟ ‘ପ୍ରଶାନ୍ତି ପତାକା’ ଉତ୍ତୋଳନ କରାଯାଇଥିବା ବେଳେ ୮ଟାରେ ନାମସଂକୀର୍ତ୍ତନ ଏବଂ ପବିତ୍ର ତ୍ରୟୀ ରୁଦ୍ରମ୍‌ ପାଠ ମାଧ୍ୟମରେ ସମଗ୍ର ବାତାବରଣରେ ଏକ ଦିବ୍ୟ ସ୍ପନ୍ଦନ ସୃଷ୍ଟି ହୋଇଥିଲା।

ସନ୍ଧ୍ୟାରେ ଆଧ୍ୟାତ୍ମିକ ସତ୍‌ସଙ୍ଗ ଓ ସଂକଳ୍ପ ଅର୍ପଣ

ସନ୍ଧ୍ୟା ସମୟରେ ଜିଲ୍ଲାସ୍ତରୀୟ ମୁଖ୍ୟ କାର୍ଯ୍ୟକ୍ରମ ଆଞ୍ଚଳିକ କେନ୍ଦ୍ର ‘ସାଇ ଜନନୀ’ଠାରେ ଅନୁଷ୍ଠିତ ହୋଇଥିଲା।ସନ୍ଧ୍ୟା ୬ଟାରେ ମଙ୍ଗଳ ଜ୍ୟୋତି ଆବାହନ ଓ ବେଦପାଠ ସହ ସୁନ୍ଦର ଭଜନ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା।ଏହି ଅବସରରେ ଶ୍ରୀ ସତ୍ୟସାଇ ଗୁରୁ ଅଷ୍ଟକମ୍ ପାଠ କରାଯାଇଥିଲା।ସତ୍‌ସଙ୍ଗର ମୁଖ୍ୟ ବକ୍ତା ଭାବେ ଶ୍ରୀ ସତ୍ୟସାଇ ସେବା ସଂଗଠନ (ଓଡ଼ିଶା)ର ଟ୍ରଷ୍ଟି ଶ୍ରୀମତୀ ଡ. ପ୍ରିୟମ୍ବଦା ପଟ୍ଟନାୟକ ଉପସ୍ଥିତ ରହି ଗୁରୁତତ୍ତ୍ୱ ଓ ଭଗବାନ ସାଇବାବାଙ୍କ ଦିବ୍ୟ ଆଦର୍ଶ ସମ୍ପର୍କରେ ଆଲୋକପାତ କରିଥିଲେ।

୨୦୨୭ ପର୍ତ୍ତି ଯାତ୍ରା ପାଇଁ ବିଶେଷ ସଂକଳ୍ପ

ଏହି ପବିତ୍ର ତିଥିରେ ୨୦୨୭ ମସିହାରେ ହେବାକୁ ଥିବା “ପର୍ତ୍ତି ଯାତ୍ରା” ପାଇଁ ସଂଗଠନ ପକ୍ଷରୁ ନିଆଯାଇଥିବା ସମସ୍ତ ସେବା ଓ ଆଧ୍ୟାତ୍ମିକ ସଂକଳ୍ପକୁ ଭଗବାନ ଶ୍ରୀ ସତ୍ୟସାଇ ବାବାଙ୍କ ଦିବ୍ୟ ଚରଣାରବିନ୍ଦରେ ସମର୍ପଣ କରାଯାଇଥିଲା।

ଶେଷରେ ସ୍ୱାମୀଙ୍କ ଦିବ୍ୟ କଣ୍ଠର ଭଜନ, ଶ୍ରଦ୍ଧାପୂର୍ଣ୍ଣ ମଙ୍ଗଳ ଆରତୀ ଏବଂ ମହାପ୍ରସାଦ ସେବନ ସହ କାର୍ଯ୍ୟକ୍ରମର ସାଙ୍ଗ ହୋଇଥିଲା। ଭୁବନେଶ୍ୱର ଜିଲ୍ଲାର ସମସ୍ତ ସମିତି, ଭଜନ ମଣ୍ଡଳୀ ଓ ସାଇ ଶ୍ରଦ୍ଧାଳୁମାନେ ବହୁ ସଂଖ୍ୟାରେ ଯୋଗଦେଇ ବାବାଙ୍କ କୃପା ଓ ଆଶୀର୍ବାଦ ଭାଜନ ହୋଇଥିଲେ।

Leave a Reply

Your email address will not be published. Required fields are marked *