President Murmu to Visit Home District Mayurbhanj on Oct 27/ଅକ୍ଟୋବର ୨୭ରେ ଓଡ଼ିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ମୟୂରଭଞ୍ଜରେ ଆଖି ଚିକିତ୍ସା ଶିବିର କରିବେ ଉଦ୍‌ଘାଟନ

ଅକ୍ଟୋବରରେ ଓଡ଼ିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ: ମୟୂରଭଞ୍ଜରେ ବୃହତ୍ ଆଖି ଚିକିତ୍ସା ଶିବିରର କରିବେ ଉଦ୍‌ଘାଟନ
ଆସନ୍ତା ଅକ୍ଟୋବର ୨୭ ଓ ୨୮ ତାରିଖରେ ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଏହି ଗସ୍ତ କାଳରେ ସେ ନିଜ ଗୃହ ଜିଲ୍ଲା ମୟୂରଭଞ୍ଜର ରାଇରଙ୍ଗପୁର ଗସ୍ତ କରିବା ସହ ଏକ ବିଶାଳ ଆଖି ଚିକିତ୍ସା ଓ ପରୀକ୍ଷା ଶିବିରର ଉଦ୍‌ଘାଟନ କରିବେ।
ରାଷ୍ଟ୍ରପତିଙ୍କ ଏହି ଗସ୍ତକୁ ନେଇ ସ୍ଥାନୀୟ ପ୍ରଶାସନ ଓ ଅଞ୍ଚଳବାସୀଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇଛି। ଶିବିର ଉଦ୍‌ଘାଟନ କରିବା ସହ ସେ ନିଜ ଜନ୍ମମାଟିର ସ୍ଥାନୀୟ ପ୍ରତିନିଧିମାନଙ୍କ ସହ ଆଲୋଚନା କରିବେ ଏବଂ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରି ଦିଲ୍ଲୀ ଫେରିଯିବାର କାର୍ଯ୍ୟକ୍ରମ ରହିଛି।

Leave a Reply

Your email address will not be published. Required fields are marked *