Kaudiya (Bol Bam) devotees collect holy Mahanadi water under police supervision and barricades at Cuttack's Gadagadia Ghat on the first Shravan Monday. Photo by: Sai Saswat Mishra

Odisha Links Celebrates 9th Foundation Day with Divine Devotion and Cultural Grandeur/ଓଡ଼ିଶା ଲିଙ୍କ୍ସର ନବମ ସ୍ୱନକ୍ଷତ୍ର: ଭକ୍ତି, ସଂସ୍କୃତି ଓ ସେବାର ଅନନ୍ୟ ସମାଗମ

ସାଧୁସନ୍ଥଙ୍କ ଭବ୍ୟ ଉପସ୍ଥିତି ଓ ଦିବ୍ୟାଙ୍ଗଙ୍କ ‘ଭକ୍ତି ଅର୍ଘ୍ୟ’ରେ ପାଳିତ ହେଲା ଓଡ଼ିଶା ଲିଙ୍କ୍ସର ନବମ ସ୍ୱନକ୍ଷତ୍ର

ଭୁବନେଶ୍ୱର: ଭଞ୍ଜକଳା ମଣ୍ଡପରେ ଓଡ଼ିଶା ଲିଙ୍କ୍ସର ନବମ ସ୍ୱନକ୍ଷତ୍ର ଦିବସ ଭକ୍ତି, ସଂସ୍କୃତି ଓ ସମାଜସେବାର ସମନ୍ୱୟରେ ଭବ୍ୟ ଭାବେ ପାଳିତ ହୋଇଛି। ଏହି ଅବସରରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ସମର୍ପିତ ସାଂସ୍କୃତିକ କାର୍ଯ୍ୟକ୍ରମ ‘ଭକ୍ତି ଅର୍ଘ୍ୟ’ ଦର୍ଶକଙ୍କ ମନକୁ ଆକର୍ଷିତ କରିଥିଲା।

 

କାର୍ଯ୍ୟକ୍ରମର ବିଶେଷ ଆକର୍ଷଣ ଥିଲା ଦିବ୍ୟାଙ୍ଗ କଳାକାରମାନଙ୍କ ଦ୍ୱାରା ପରିବେଷିତ ଭକ୍ତିମୟ ସଙ୍ଗୀତ। ସେମାନଙ୍କର ସୁମଧୁର ପରିବେଷଣରେ ସମଗ୍ର ପରିବେଶ ଭକ୍ତିରସରେ ମୁଖରିତ ହୋଇଯାଇଥିଲା। ସେହିପରି ଦିବ୍ୟାଙ୍ଗ ନୃତ୍ୟଶିଳ୍ପୀ ସାଇ କିରଣଙ୍କ ଓଡ଼ିଶୀ ନୃତ୍ୟ ଦର୍ଶକଙ୍କ ଭୂୟସୀ ପ୍ରଶଂସା ସାଉଁଟିଥିଲା।

 

ଅନୁଷ୍ଠାନର ପ୍ରାରମ୍ଭରେ ଉପସ୍ଥାପକ ଡ଼. ଶ୍ରୀନିବାସ ଘଟୁଆରୀ ଓ ସଂସ୍କୃତି ଗବେଷକ ଡ଼. ପ୍ରଫୁଲ୍ଲ ରଥଙ୍କ ମଧ୍ୟରେ ଜଗନ୍ନାଥ ସଂସ୍କୃତିର ଐତିହ୍ୟ, ଆଧ୍ୟାତ୍ମିକ ମୂଲ୍ୟବୋଧ ଓ ସାମାଜିକ ପ୍ରଭାବକୁ ନେଇ ଏକ ସାରଗର୍ଭିତ ଆଲୋଚନା ଅନୁଷ୍ଠିତ ହୋଇଥିଲା।

ଏହି ଅବସରରେ ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ଆସିଥିବା ସାଧୁ ଓ ସାଧ୍ବୀମାନଙ୍କ ସମେତ ବରିଷ୍ଠ ରାଜନେତା ସୁରେଶ କୁମାର ରାଉତରାୟ, ସଜ୍ଜନ ଶର୍ମା, ଗୋଲକ ମହାପାତ୍ର, ବିଜେପି ଯୁବ ମୋର୍ଚ୍ଚା ସଭାପତି ଅଭିଳାଷ ପଣ୍ଡା, ବିଜେପି ଗଣମାଧ୍ୟମ ସଂଯୋଜକ ସୁଜିତ ଦାସ ଏବଂ ସମାଜସେବୀ ବାପୁ ଓଝା ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମର ଗରିମା ବୃଦ୍ଧି କରିଥିଲେ।

ଶେଷରେ ଓଡ଼ିଶା ଲିଙ୍କ୍ସର ପ୍ରତିଷ୍ଠାତା ରାକେଶ କୁମାର ରାଉଳ ସମସ୍ତ ଅତିଥି, କଳାକାର ଓ ଅଂଶଗ୍ରହଣକାରୀଙ୍କୁ କୃତଜ୍ଞତା ଜଣାଇଥିଲେ। ଭକ୍ତି, ସଂସ୍କୃତି ଓ ସମାଜ ପ୍ରତି ସମର୍ପଣର ବାର୍ତ୍ତା ଦେଇ କାର୍ଯ୍ୟକ୍ରମର ସଫଳ ପରିସମାପ୍ତି ଘଟିଥିଲା।

Leave a Reply

Your email address will not be published. Required fields are marked *