Kaudiya (Bol Bam) devotees collect holy Mahanadi water under police supervision and barricades at Cuttack's Gadagadia Ghat on the first Shravan Monday. Photo by: Sai Saswat Mishra

Spain Beat Belgium 2-1 to Reach FIFA World Cup 2026 Semi-finals/ବେଲଜିୟମକୁ ୨-୧ରେ ହରାଇ ସେମିଫାଇନାଲରେ ସ୍ପେନ୍, ଫ୍ରାନ୍ସ ସହ ହେବ ମହାମୁକାବିଲା…

ଲସ୍ ଆଞ୍ଜେଲେସ୍: FIFA World Cup 2026, କ୍ୱାର୍ଟରଫାଇନାଲରେ ସ୍ପେନ୍ ରୋମାଞ୍ଚକର ମ୍ୟାଚରେ ବେଲଜିୟମକୁ ୨-୧ ଗୋଲ୍‌ରେ ପରାସ୍ତ କରି ସେମିଫାଇନାଲରେ ପ୍ରବେଶ କରିଛି। ଏବେ ସ୍ପେନ୍‌ର ମୁକାବିଲା ଶକ୍ତିଶାଳୀ ଫ୍ରାନ୍ସ ସହ ହେବ।

ମ୍ୟାଚର ୩୦ତମ ମିନିଟରେ ଫାବିଆନ୍ ରୁଇଜ୍ [Fabian Ruiz],ସ୍ପେନ୍ ପକ୍ଷରୁ ପ୍ରଥମ ଗୋଲ୍ କରି ଦଳକୁ ଆଗୁଆ କରିଥିଲେ। ତେବେ ୪୧ତମ ମିନିଟରେ ଚାର୍ଲସ୍ ଡି କେଟେଲାରେ ବେଲଜିୟମ ପାଇଁ ସମତା ସୂଚକ ଗୋଲ୍ କରି ମ୍ୟାଚକୁ ୧-୧ରେ ପହଞ୍ଚାଇଥିଲେ।

ଦ୍ୱିତୀୟାର୍ଧରେ ଉଭୟ ଦଳ ଜିତିବା ପାଇଁ ଆକ୍ରମଣାତ୍ମକ ଖେଳ ପ୍ରଦର୍ଶନ କରିଥିଲେ। ୭୧ତମ ମିନିଟରେ ବେଲଜିୟମର ଗୋଲକିପର୍ ଥିବାଉଟ୍ କୋର୍ଟୋଆ ଆହତ ହୋଇ ପଡ଼ିଆ ଛାଡ଼ିଥିଲେ। ତାଙ୍କ ପରିବର୍ତ୍ତେ ଆସିଥିବା ସେନ୍ ଲାମେନ୍ସ ଏକ ଶଟ୍‌କୁ ଭଲଭାବେ ନିୟନ୍ତ୍ରଣ କରିପାରିନଥିବାରୁ ୮୮ତମ ମିନିଟରେ ମିକେଲ୍ ମେରିନୋ[Mikel Merino] ରିବାଉଣ୍ଡରୁ ବିଜୟସୂଚକ ଗୋଲ୍ କରି Spain semifinal, ଟିକେଟ୍ ଦେଇଥିଲେ।

ଏହି ବିଜୟ ସହ FIFA World Cup 2026,ର ସେମିଫାଇନାଲରେ ପହଞ୍ଚିଛି ଏବଂ ଏବେ ଫ୍ରାନ୍ସ ବିପକ୍ଷରେ ଏକ ହାଇଭୋଲ୍ଟେଜ୍ ମୁକାବିଲା ଦେଖିବାକୁ ମିଳିବ।

Leave a Reply

Your email address will not be published. Required fields are marked *