Saudi Security Situation: 2.75 Million Indians Advised to Stay Alert/ସାଉଦି ଆରବରେ ସୁରକ୍ଷା ଚିନ୍ତା: ୨୭.୫ ଲକ୍ଷ ଭାରତୀୟଙ୍କୁ ସତର୍କ ରହିବାକୁ ପରାମର୍ଶ

ସାଉଦି ଆରବରେ ଭାରତୀୟଙ୍କୁ ସତର୍କ ରହିବାକୁ ଦୂତାବାସର ପରାମର୍ଶ

ରିୟାଦ: ସାଉଦି ଆରବରେ ଚାଲିଥିବା ସୁରକ୍ଷା ପରିସ୍ଥିତିକୁ ନେଇ ସେଠାରେ ରହୁଥିବା ଭାରତୀୟ ନାଗରିକଙ୍କ ପାଇଁ ଭାରତୀୟ ଦୂତାବାସ ପକ୍ଷରୁ ସତର୍କତା ଜାରି କରାଯାଇଛି। ଦୂତାବାସ ପ୍ରାୟ ୨୭.୫ ଲକ୍ଷ ଭାରତୀୟଙ୍କୁ ସତର୍କ ଓ ସଚେତନ ରହିବା ସହ ଆବଶ୍ୟକତା ଅନୁଯାୟୀ ଘର ଭିତରେ ରହିବାକୁ ପରାମର୍ଶ ଦେଇଛି।

ସେହିପରି ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ଅଧିକୃତ ନିର୍ଦ୍ଦେଶକୁ ଅନୁସରଣ କରିବାକୁ କୁହାଯାଇଛି। ଚାଲୁଥିବା ଘଟଣା ସମ୍ପର୍କିତ କୌଣସି ଭିଡିଓ କିମ୍ବା ଖବରକୁ ସୋସିଆଲ ମିଡିଆରେ ସେୟାର ବା ରିପୋଷ୍ଟ ନକରିବାକୁ ମଧ୍ୟ ଦୂତାବାସ ବିଶେଷ ଭାବେ ପରାମର୍ଶ ଦେଇଛି।

ସାଉଦି ଆରବର ଅବସ୍ଥା ନେଇ ଭାରତ ପକ୍ଷରୁ ମଧ୍ୟ ଚିନ୍ତା ପ୍ରକାଶ କରାଯାଇଛି। ଅବା ଇଣ୍ଟରନ୍ୟାସନାଲ ଏୟାରପୋର୍ଟ ଏବଂ ରିୟାଦର କିଙ୍ଗ ଖାଲିଦ ଇଣ୍ଟରନ୍ୟାସନାଲ ଏୟାରପୋର୍ଟକୁ ନେଇ ଘଟିଥିବା ଆକ୍ରମଣରେ ସାଧାରଣ ଲୋକଙ୍କ ମୃତାହତ ହୋଇଥିବା ଭାରତୀୟ ଦୂତାବାସ କହିଛି। ଏହି ଘଟଣାକୁ ଭାରତ ନିନ୍ଦା କରିଛି।

ତେବେ ଏହି ପରିସ୍ଥିତି ମଧ୍ୟରେ ରିୟାଦସ୍ଥିତ ଭାରତୀୟ ଦୂତାବାସ, ଜେଦ୍ଦାସ୍ଥିତ କନସୁଲେଟ୍ ଏବଂ VFSର ସେବା ସାଧାରଣ ଭାବେ ଚାଲୁ ରହିଛି। ପରିସ୍ଥିତି ଅନୁଯାୟୀ ଦୂତାବାସ ପକ୍ଷରୁ ଆଗକୁ ମଧ୍ୟ ଆବଶ୍ୟକ ପରାମର୍ଶ ଜାରି କରାଯିବ।

Leave a Reply

Your email address will not be published. Required fields are marked *