MMDR ଆଇନ୍ ବିରୋଧରେ ବିଜେଡିର ବିଶାଳ ପ୍ରତିବାଦ: ‘ଶେଷ ନିଶ୍ୱାସ ଯାଏଁ ଲଢ଼େଇ କରିବି’ କହିଲେ ନବୀନ
ଭୁବନେଶ୍ୱର:
କେନ୍ଦ୍ର ସରକାରଙ୍କ ସଂଶୋଧିତ MMDR (ଖଣି ଓ ଖଣିଜ ଦ୍ରବ୍ୟ) ଆଇନ୍କୁ ବିରୋଧ କରି ଆଜି ଭୁବନେଶ୍ୱରରେ ବିଜୁ ଜନତା ଦଳ (ବିଜେଡି) ପକ୍ଷରୁ ଏକ ବିଶାଳ ପ୍ରତିବାଦ ସଭା ଓ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ମାଷ୍ଟର କ୍ୟାଣ୍ଟିନ୍ ଓ ଲୋୟର ପିଏମ୍ଜି (ବିଧାନସଭା ସମ୍ମୁଖ) ଅଞ୍ଚଳରେ ହଜାର ହଜାର ବିଜେଡି ନେତା, କର୍ମୀ ଏବଂ ଯୁବସଂଗଠନ ଏକାଠି ହୋଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିରୋଧରେ ଗର୍ଜନ କରିଛନ୍ତି।

ଏହି ପ୍ରତିବାଦ ସଭାରେ ଯୋଗଦେଇ ବିଜେଡି ସୁପ୍ରିମୋ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ କହିଛନ୍ତି ଯେ, ଏହି ନୂଆ ଆଇନ୍ ଓଡ଼ିଶାର ଜଳ, ଜଙ୍ଗଲ ଓ ଜମିର ଅଧିକାରକୁ ଛଡ଼ାଇ ନେବାକୁ ଚେଷ୍ଟା କରୁଛି। ଏହାଦ୍ୱାରା ରାଜ୍ୟ ପ୍ରଚୁର ରାଜସ୍ୱ ହରାଇବ। ଓଡ଼ିଶାର ଏବଂ ନୂତନ ପିଢ଼ିର (Gen Z) ସ୍ୱାର୍ଥରକ୍ଷା ପାଇଁ ସେ “ଶେଷ ନିଶ୍ୱାସ ଯାଏଁ ଲଢ଼େଇ କରିବେ” ବୋଲି ଚେତାବନୀ ଦେଇଛନ୍ତି।
ଏହି ଆଇନ୍ ପ୍ରତ୍ୟାହାର ନହେବା ପର୍ଯ୍ୟନ୍ତ ବିଜେଡି ନିଜର ଆନ୍ଦୋଳନ ଜାରି ରଖିବ ବୋଲି ଦଳୀୟ ନେତୃବୃନ୍ଦ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି।



