CM Mohan Majhi Leaves for UAE Today to Woo Global Investors/ଆଜି UAE ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ: ଆସିବ ବୃହତ ବୈଦେଶିକ ପୁଞ୍ଜି

ବୈଦେଶିକ ପୁଞ୍ଜିନିବେଶ ଆକୃଷ୍ଟ କରିବା ପାଇଁ UAE ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଭୁବନେଶ୍ୱର: ଓଡ଼ିଶାକୁ ଏକ ପ୍ରମୁଖ ଶିଳ୍ପ ଓ ପୁଞ୍ଜିନିବେଶ ହବ୍ ଭାବେ ଗଢ଼ିତୋଳିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଙ୍ଗଳବାର ଦିନ ସଂଯୁକ୍ତ ଅରବ ଏମିରେଟ୍ସ (UAE) ଗସ୍ତ କରୁଛନ୍ତି। ନିଜର ଏହି ବିଦେଶ ଗସ୍ତ କାଳରେ ସେ ଆବୁଧାବି ଓ ଦୁବାଇରେ ବହୁ ଶୀର୍ଷ ନିବେଶକ, ଶିଳ୍ପପତି ଏବଂ ସରକାରୀ ପ୍ରତିନିଧିଙ୍କ ସହ ଆଲୋଚନା କରିବେ।

ଏହି ଗସ୍ତ ସମୟରେ ମୁଖ୍ୟମନ୍ତ୍ରୀ ବିଶ୍ୱସ୍ତରୀୟ ସଂସ୍ଥା, ସୋଭରେନ୍ ୱେଲ୍ଥ ଫଣ୍ଡ ଏବଂ ଇଣ୍ଟରନ୍ୟାସନାଲ ହୋଲ୍ଡିଂ କମ୍ପାନୀ (IHC) ର ପ୍ରତିନିଧିମାନଙ୍କୁ ଭେଟି ଓଡ଼ିଶାରେ ଥିବା ପୁଞ୍ଜିନିବେଶର ସୁଯୋଗ ବିଷୟରେ ଉପସ୍ଥାପନ କରିବେ। ଏହା ସହିତ ସେପ୍ଟେମ୍ବର ୧୧ ତାରିଖରେ ଦୁବାଇଠାରେ ‘ଓଡ଼ିଶା ଇନଭେଷ୍ଟର୍ସ ମିଟ୍’ ଅନୁଷ୍ଠିତ ହେବ, ଯେଉଁଥିରେ ସେ ପ୍ରବାସୀ ଓଡ଼ିଆ ଓ ବିଦେଶୀ ଉଦ୍ୟୋଗୀମାନଙ୍କ ସହ ସିଧାସଳଖ ଆଲୋଚନା କରିବେ।

ଧାତୁ, ପେଟ୍ରୋକେମିକାଲ୍ସ, ପୋର୍ଟ-ଭିତ୍ତିକ ଭିତ୍ତିଭୂମି ଏବଂ food processing ଭଳି ପ୍ରମୁଖ କ୍ଷେତ୍ରରେ ବିଦେଶୀ ପୁଞ୍ଜି ଆଣିବା ଏହି ଗସ୍ତର ମୁଖ୍ୟ ଉଦ୍ଦେଶ୍ୟ। ଏହା ପୂର୍ବରୁ ସିଙ୍ଗାପୁର ଗସ୍ତ ପରେ ମୁଖ୍ୟମନ୍ତ୍ରୀଙ୍କର ଏହା ଦ୍ୱିତୀୟ ବୃହତ ବିଦେଶନିଶ୍ଚୟ!

Leave a Reply

Your email address will not be published. Required fields are marked *