ମାର୍ଚ୍ଚ ଶେଷ କିମ୍ବା ଏପ୍ରିଲ ପ୍ରଥମ ସପ୍ତାହରେ ଓଡ଼ିଶା ପଞ୍ଚାୟତ ନିର୍ବାଚନ! ଅକ୍ଟୋବର ୨୪ରୁ ଘରକୁ ଘର ବୁଲି ହେବ ସର୍ଭେ
ଭୁବନେଶ୍ୱର:
ଓଡ଼ିଶାରେ ଆସନ୍ତା ମାର୍ଚ୍ଚ ଶେଷ କିମ୍ବା ଏପ୍ରିଲ ମାସ ପ୍ରଥମ ସପ୍ତାହରେ ପଞ୍ଚାୟତ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି। ଏଥିପାଇଁ ରାଜ୍ୟ ନିର୍ବାଚନ କମିଶନଙ୍କ ପକ୍ଷରୁ ପ୍ରସ୍ତୁତି ଜୋରଦାର ଚାଲିଛି।
ପଞ୍ଚାୟତ ନିର୍ବାଚନ ପାଇଁ ଏକ ସ୍ୱତନ୍ତ୍ର ଓ ନିର୍ଭୁଲ ଭୋଟର ତାଲିକା ପ୍ରସ୍ତୁତ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଏଥିପାଇଁ ଆସନ୍ତା ଅକ୍ଟୋବର ୨୪ ରୁ ନଭେମ୍ବର ୭ ତାରିଖ ପର୍ଯ୍ୟନ୍ତ ସାରା ରାଜ୍ୟରେ ଘରକୁ ଘର ବୁଲି ଏକ ସର୍ଭେ କରାଯିବ।
ନିର୍ବାଚନ ସମ୍ବନ୍ଧୀୟ କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ:
-
ଘରକୁ ଘର ସର୍ଭେ: ଅକ୍ଟୋବର ୨୪ ରୁ ନଭେମ୍ବର ୭ ମଧ୍ୟରେ ନିର୍ବାଚନ କର୍ମଚାରୀମାନେ ପ୍ରତ୍ୟେକ ଘରକୁ ଯାଇ ଭୋଟରଙ୍କ ତଥ୍ୟ ଯାଞ୍ଚ କରିବେ।
-
ଆପତ୍ତି ଓ ଅଭିଯୋଗ: ସର୍ଭେ ଶେଷ ହେବା ପରେ ସାଧାରଣ ଜନତାଙ୍କୁ ଭୋଟର ତାଲିକାରେ ନାମ ଯୋଡ଼ିବା, କାଟିବା କିମ୍ବା ସଂଶୋଧନ ପାଇଁ ଆପତ୍ତି ଆବେଦନ କରିବାକୁ ସୁଯୋଗ ଦିଆଯିବ।
-
ଚୂଡ଼ାନ୍ତ ଭୋଟର ତାଲିକା: ସମସ୍ତ ଅଭିଯୋଗର ସମାଧାନ ପରେ ଫେବୃଆରୀ ୧୦ ତାରିଖ ସୁଦ୍ଧା ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇବ।
-
ଭୋଟ ଗ୍ରହଣ: ସାରା ରାଜ୍ୟରେ ପ୍ରାୟ ୯୧,୦୦୦ ବୁଥ୍ରେ ୫ଟି ପର୍ଯ୍ୟାୟରେ ବାଲଟ୍ ପେପର ମାଧ୍ୟମରେ ଭୋଟ ଗ୍ରହଣ କରାଯିବ।

