CM Reviews Finance Department: Revenue Collection Up by 7.3%, Capex Rises 20.2% Till July/ମୁଖ୍ୟମନ୍ତ୍ରୀଙ୍କ ଅର୍ଥ ବିଭାଗ ସମୀକ୍ଷା: ଜୁଲାଇ ସୁଦ୍ଧା ରାଜସ୍ୱ ଆଦାୟ ୭.୩% ଓ ପୁଞ୍ଜିବ୍ୟୟ ୨୦.୨% ବୃଦ୍ଧି..


ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଲୋକସେବା ଭବନରେ ଅର୍ଥ ବିଭାଗର କାର୍ଯ୍ୟ ସମୀକ୍ଷା କରିଛନ୍ତି। ଚଳିତ ଆର୍ଥିକ ବର୍ଷ ଜୁଲାଇ ସୁଦ୍ଧା ରାଜ୍ୟର ମୋଟ ରାଜସ୍ୱ ଆଦାୟ ୭.୩% ବୃଦ୍ଧି ପାଇ ୬୧,୫୯୩ କୋଟି ଟଙ୍କାରେ ପହଞ୍ଚିଛି। ସେହିପରି ରାଜ୍ୟର ନିଜସ୍ୱ ରାଜସ୍ୱ ୧୧.୯% ଏବଂ କାର୍ଯ୍ୟକ୍ରମ ବ୍ୟୟ ୧୯.୧% ବୃଦ୍ଧି ପାଇଛି।
ଭିତ୍ତିଭୂମି ବିକାଶକୁ ଗୁରୁତ୍ୱ ଦେଇ ପୁଞ୍ଜିବ୍ୟୟ (Capex) ୨୦.୨% ବୃଦ୍ଧି ସହ ୧୧,୩୦୦ କୋଟି ଟଙ୍କାରେ ପହଞ୍ଚିଛି। ‘ସମୃଦ୍ଧ ଓଡ଼ିଶା ୨୦୩୬’ ଲକ୍ଷ୍ୟ ହାସଲ ପାଇଁ ରାଜସ୍ୱ ଆଦାୟ ବ୍ୟବସ୍ଥାକୁ ଅଧିକ ଦକ୍ଷ କରିବା ସହ ପୁଞ୍ଜି ଓ କାର୍ଯ୍ୟକ୍ରମ ବ୍ୟୟ ଆହୁରି ବୃଦ୍ଧି କରିବାକୁ ମୁଖ୍ୟମନ୍ତ୍ରୀ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ବୈଠକରେ ମୁଖ୍ୟ ଶାସନ ସଚିବଙ୍କ ସମେତ ବରିଷ୍ଠ ଅଧିକାରୀଗଣ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *