Brij Bhushan Sharan Singh Acquittal: Vinesh Phogat, Female Wrestlers to Appeal Decision/ବ୍ରିଜଭୂଷଣଙ୍କ ଖଲାସ ନିଷ୍ପତ୍ତି ବିରୋଧରେ ଆପିଲ୍ କରିବେ ଭିନେଶ ଫୋଗାଟ୍ ଓ ମହିଳା ପହଲବାନ୍

ବ୍ରିଜଭୂଷଣ ଶରଣ ସିଂଙ୍କ ଖଲାସ ନିଷ୍ପତ୍ତି ବିରୋଧରେ ଆପିଲ୍ କରିବେ ଭିନେଶ ଫୋଗାଟ୍ ଓ ମହିଳା ପହଲବାନ୍
ନୂଆଦିଲ୍ଲୀ:ଯୌନ ନିର୍ଯାତନା ମାମଲାରେ ଭାରତୀୟ କୁସ୍ତି ମହାସଂଘର ପୂର୍ବତନ ସଭାପତି ତଥା ପୂର୍ବତନ ସାଂସଦ ବ୍ରିଜଭୂଷଣ ଶରଣ ସିଂଙ୍କୁ ନିର୍ଦ୍ଦୋଷରେ ଖଲାସ କରାଯିବା ନିଷ୍ପତ୍ତିକୁ ଉଚ୍ଚ ଆଦାଲତରେ ଚ୍ୟାଲେଞ୍ଜ କରିବେ ମହିଳା ପହଲବାନ୍।
ଷ୍ଟାର୍ ମହିଳା କୁସ୍ତିଯୋଦ୍ଧା ଭିନେଶ ଫୋଗାଟ୍ ସୋସିଆଲ୍ ମିଡିଆ ‘X’ (ଟ୍ୱିଟର୍) ରେ ଏକ ପୋଷ୍ଟ୍ ମାଧ୍ୟମରେ ସୂଚନା ଦେଇଛନ୍ତି ଯେ, ସେ ଓ ଅନ୍ୟ ମହିଳା ପହଲବାନ୍‌ମାନେ ଏହି ରାୟ ବିରୋଧରେ ଆପିଲ୍ କରିବା ପାଇଁ ଆଇନଜୀବୀମାନଙ୍କୁ ନିର୍ଦ୍ଦେଶ ଦେଇସାରିଛନ୍ତି। ଖୁବଶୀଘ୍ର ଏହି ଆପିଲ୍ ଦାଖଲ କରାଯିବ।
“ଆମେ ଆଶା ହରାଇନାହୁଁ। ନିଜର ନ୍ୟାୟ ପାଇଁ ମହିଳା ପହଲବାନ୍‌ମାନଙ୍କର ଏହି ଲଢ଼େଇ ଆଗକୁ ମଧ୍ୟ ଜାରି ରହିବ।” (ଭିନେଶ ଫୋଗାଟ୍)

Leave a Reply

Your email address will not be published. Required fields are marked *