Assembly Uproar to Street Agitation: BJD Corner Government Over School Textbook Blunders/ବିଧାନସଭା ଭିତରେ ହଙ୍ଗାମା, ବାହାରେ ଧାରଣା: ବହି ଭୁଲ୍ ପ୍ରସଙ୍ଗରେ ଘେରାରେ ସରକାର
ପାଠ୍ୟପୁସ୍ତକ ଭୁଲ୍ ବିବାଦ: ବିଧାନସଭା ଭିତରେ ଓ ବାହାରେ ବିଜେଡିର ଗର୍ଜନ, ଗଣଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଦାବି ଭୁବନେଶ୍ୱର: ସ୍କୁଲ ପାଠ୍ୟପୁସ୍ତକରେ ବ୍ୟାପକ ଭୁଲ୍କୁ ନେଇ ଓଡ଼ିଶା ରାଜନୀତି ସମ୍ପୂର୍ଣ୍ଣ ସରଗରମ ହୋଇଉଠିଛି। ପ୍ରଥମରୁ ଅଷ୍ଟମ ଶ୍ରେଣୀ ବହିଗୁଡ଼ିକରେ ପ୍ରଚୁର ଭୁଲ୍ ଥିବା ପ୍ରତିବାଦରେ ବିଜୁ ଜନତା ଦଳ (ବିଜେଡି) ବିଧାନସଭାରେ ଏବଂ ରାଜରାସ୍ତାରେ ପ୍ରବଳ ହଙ୍ଗାମା କରିଛି। ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗୋଣ୍ଡ ନୈତିକତା ଦୃଷ୍ଟିରୁ ତୁରନ୍ତ ଇସ୍ତଫା ଦିଅନ୍ତୁ ବୋଲି ବିଜେଡି ଦାବି କରିଛି।…

