Powerful Earthquake Strikes Southern Peru, Triggering Landslides & Damage/ପେରୁରେ ୭.୨ ତୀବ୍ରତାର ଭୂକମ୍ପ: ଆୟାକୁଚୋ ଓ ଲିମାରେ କମ୍ପନ, କ୍ଷୟକ୍ଷତିର ଆକଳନ ଜାରି
ଦକ୍ଷିଣ ପେରୁରେ ଶକ୍ତିଶାଳୀ ଭୂକମ୍ପ: ଥରିଉଠିଲା ଅଞ୍ଚଳ, ଭୟଭୀତ ଲୋକେ ଲିମା (ପେରୁ): ଦକ୍ଷିଣ ପେରୁର ଆଣ୍ଡିଜ୍ ପାର୍ବତ୍ୟ ଅଞ୍ଚଳରେ ଏକ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଗୁରୁବାର ଅପରାହ୍ନ ପ୍ରାୟ ୧ଟା ସମୟରେ ଆସିଥିବା ଏହି ଭୂକମ୍ପ ଯୋଗୁଁ ସ୍ଥାନୀୟ ଅଞ୍ଚଳରେ ବ୍ୟାପକ ଆତଙ୍କ ଖେଳିଯାଇଥିଲା। ଭୂକମ୍ପର ତୀବ୍ରତା ଏତେ ଅଧିକ ଥିଲା ଯେ ଲୋକମାନେ ଭୟଭୀତ ହୋଇ ନିଜ ନିଜ ଘର ଓ କୋଠାବାଡ଼ିରୁ ବାହାରକୁ ଦୌଡ଼ି ଆସିଥିଲେ। ଆମେରିକାର ଭୂତାତ୍ତ୍ୱିକ ସର୍ବେକ୍ଷଣ…

