NIC Odisha Celebrates Hindi Fortnight 2026/ NIC ଓଡ଼ିଶାରେ ‘ହିନ୍ଦୀ ପକ୍ଷ’ ଉଦ୍‌ଯାପିତ; ଉନ୍ମୋଚିତ ହେଲା ‘ଦ ଏସେଣ୍ଡର’ର ହିନ୍ଦୀ ସଂସ୍କରଣ

ଏନ୍‌ଆଇସି ଓଡ଼ିଶାରେ ‘ହିନ୍ଦୀ ପକ୍ଷ-୨୦୨୬’ ସମାପନ ଭୁବନେଶ୍ୱର: ସରକାରୀ କାମକାର୍ଯ୍ୟରେ ହିନ୍ଦୀ ଭାଷାର ବ୍ୟବହାରକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ଏନ୍‌ଆଇସି (NIC) ଓଡ଼ିଶା ପକ୍ଷରୁ ଗତ ସେପ୍ଟେମ୍ବର ୧୪ରୁ ୨୮ ତାରିଖ ପର୍ଯ୍ୟନ୍ତ ଆୟୋଜିତ ‘ହିନ୍ଦୀ ପକ୍ଷ-୨୦୨୬’ ଉତ୍ସାହର ସହ ସମ୍ପନ୍ନ ହୋଇଯାଇଛି। ଏହି ଦୁଇ ସପ୍ତାହବ୍ୟାପୀ କାର୍ଯ୍ୟକ୍ରମରେ ଅଫିସର ଅଧିକାରୀ ଓ କର୍ମଚାରୀମାନଙ୍କ ମଧ୍ୟରେ ଟାଇପିଂ, ଅନୁବାଦ, ସୃଜନଶୀଳ ଲେଖନ, କବିତା ଆବୃତ୍ତି ଏବଂ ବକ୍ତୃତା ଭଳି ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏହାସହିତ ଅଂଶଗ୍ରହଣକାରୀମାନେ…