India-China Face-Off along Arunachal Border: Tensions Rise in Taksing Sector/ସୀମା ବିବାଦ ନେଇ କୂଟନୈତିକ ଆଲୋଚନା ଜାରି: ଚୀନ୍‌କୁ ସ୍ପଷ୍ଟ ଚେତାବନୀ ଦେଲା ଭାରତ

ଅରୁଣାଚଳ ସୀମାରେ ଭାରତ-ଚୀନ୍ ମୁହାଁମୁହିଁ: ସାମ୍ନାକୁ ଆସିଲା ସ୍ଥିତି, କୂଟନୈତିକ ସ୍ତରରେ ଆଲୋଚନା ଜାରି ନୂଆଦିଲ୍ଲୀ: ଅରୁଣାଚଳ ପ୍ରଦେଶ ସୀମାନ୍ତରେ ଭାରତୀୟ ସେନା ଏବଂ ଚୀନର ‘ପିପୁଲସ ଲିବରେସନ ଆର୍ମି’ (PLA) ମଧ୍ୟରେ ପୁଣି ଥରେ ଉତ୍ତେଜନା ସୃଷ୍ଟି ହୋଇଛି। ଅରୁଣାଚଳ ପ୍ରଦେଶର ସୁବର୍ଣ୍ଣସିରୀ ଜିଲ୍ଲା ଅନ୍ତର୍ଗତ ଟାକସିଂ (Taksing) ଓ ଆସାଫିଲା ଭଳି ଦୁର୍ଗମ ସୀମାନ୍ତ ଅଞ୍ଚଳରେ ଦୁଇ ଦେଶର ସୈନ୍ୟ ମୁହାଁମୁହିଁ ହୋଇଥିବା ସୂଚନା ମିଳିଛି। Indo-Tibetan Border Police (ITBP) ର ମହାନିର୍ଦ୍ଦେଶକ…