[In Pics] Over 100 Students Join Special Vedic Ganesh Worship at Unit-8 School in Bhubaneswar/ୟୁନିଟ୍-୮ ଶିଶୁ ବିଦ୍ୟା ମନ୍ଦିରରେ ନିଷ୍ଠାର ସହ ଶତାଧିକ ଛାତ୍ରଛାତ୍ରୀ କଲେ ଗଣେଶ ପୂଜା…
ୟୁନିଟ୍-୮ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ବୈଦିକ ରୀତିରେ ଗଣେଶ ପୂଜା ଅନୁଷ୍ଠିତ ଭୁବନେଶ୍ୱର: ସ୍ଥାନୀୟ ୟୁନିଟ୍-୮ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ଗଣେଶ ପୂଜା ବେଶ୍ ଆଡ଼ମ୍ବର ଓ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ସମ୍ପନ୍ନ ହୋଇଯାଇଛି। ଏହି କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣ ଥିଲା ପିଲାମାନଙ୍କର ବ୍ୟକ୍ତିଗତ ପୂଜାର୍ଚ୍ଚନା। ପ୍ରାୟ ଶତାଧିକ ଛାତ୍ରଛାତ୍ରୀ ନିଜ ନିଜର ପୂଜା ସାମଗ୍ରୀ ଧରି ସମ୍ପୂର୍ଣ୍ଣ ନିଷ୍ଠାର ସହ ବୈଦିକ ରୀତିନୀତିରେ ପ୍ରଭୁ ଗଜାନନଙ୍କ ପୂଜାରେ ସାମିଲ ହୋଇଥିଲେ।…

