ପୁରୀ ରଥଯାତ୍ରାରେ ଗହଳି ଯୋଗୁଁ ଅଘଟଣ: ଦୁଇଜଣ ମୃତ, 300ରୁ ଅଧିକ ଅସୁସ୍ଥ
ପୁରୀ: ରଥଯାତ୍ରା ସମୟରେ ବଡ଼ଦାଣ୍ଡରେ ପ୍ରବଳ ଜନଗହଳି ଯୋଗୁଁ ଏକ ଦୁଃଖଦ ଅଘଟଣ ଘଟିଛି। ଭିଡ଼ ଭିତରେ ଶ୍ବାସରୁଦ୍ଧ ହୋଇ ଦୁଇଜଣ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ହୋଇଥିବା ବେଳେ ପ୍ରାୟ 300ରୁ ଅଧିକ ଭକ୍ତ ଆହତ ଓ ଅସୁସ୍ଥ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ପ୍ରାୟ 150 ଜଣଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତେବେ ପ୍ରଶାସନ ପକ୍ଷରୁ ଏହାକୁ ଦଳାଚକଟା ନୁହେଁ, ବରଂ ଅତ୍ୟଧିକ ଗହଳି ଯୋଗୁଁ ସୃଷ୍ଟି ହୋଇଥିବା ପରିସ୍ଥିତି ବୋଲି କୁହାଯାଇଛି।
ଏହି ଘଟଣାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ଅମର ଆତ୍ମାର ସଦଗତି କାମନା କରିଛନ୍ତି। ଏଥିସହ ଶ୍ରଦ୍ଧାଳୁମାନଙ୍କ ସୁରକ୍ଷା ପାଇଁ ରାଜ୍ୟ ସରକାର ସଠିକ୍ ଭିଡ଼ ପରିଚାଳନା (Crowd Management) କରିବାକୁ ସେ ଅନୁରୋଧ କରିଛନ୍ତି।

